ଜଗତସିଂହପୁର,(ବି.ବି.ବୁ୍ୟରୋ): ଉପନିର୍ବାଚନ ପାଇଁ ପ୍ରାର୍ଥୀ ପେଡ଼ି ଖୋଲିଛି ବିଜେପି । ପ୍ରଥମ ଦଳ ଭାବେ ବିଜେପି ବାଲେଶ୍ୱର ପାଇଁ ମାନସ କୁମାର ଦତ୍ତ ଏବଂ ତିର୍ତ୍ତୋଲ ପାଇଁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏ ଦୁଇ ନାମରେ ମୋହର ମାରିବା ପରେ ବିଧିବଦ୍ଧ ଭାବେ ନୂଆଦିଲ୍ଲୀରୁ ଦଳ ନାମ ଘୋଷଣା କରିଛି ।
ବାଲେଶ୍ୱର ସଦରର ବିଧାୟକ ଥିବା ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ଦଳ ଭରସା କରିଥିଲା ବେଳେ ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜକିଶୋର ବେହେରାଙ୍କୁ ବିଜେପି ତିର୍ତ୍ତୋଲ ଆସନ ପାଇଁ ଟିକେଟ ଦେଇଛି । ଦୁଇଟି ଯାକ ଆସନରେ ଦଳ ଜିତିବ ବୋଲି ଦମ୍ଭ ବାଢ଼ିଛି । ଏପଟେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ କସରତ ମଧ୍ୟ ସରିଛି । କଂଗ୍ରେସ ପ୍ରାର୍ଥୀଙ୍କ ନାମ ଏଆଇସିସି ଘୋଷଣା କରିବାକୁ ଥିଲା ବେଳେ ବିଜେଡି ପ୍ରାର୍ଥୀଙ୍କ ନାମ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ । ୧୬ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା ବେଳେ ଆସନ୍ତା ୩ରେ ଏ ଦୁଇ ବିଧାନସଭା ଆସନ ପାଇଁ ମତଦାନ ହେବ ।
Comments are closed, but trackbacks and pingbacks are open.