ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲାରେ କୋଭିଡ୍-୧୯ର ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ । ଶ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ଚାରିଜଣିଆ ପ୍ରତିନିଧିଦଳ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଆସିଥିଲେ । ଏହି ଅବସରରେ ବାଲେଶ୍ୱରରେ ଆଉ ଏକ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିÂା କରିବା ନେଇ ଏହି ଟିମ୍ ନିଷ୍ପତ୍ତି ନେଇଥିଲେ । କେବଳ ଏତିକି ନୁହେଁ³ ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ଶ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ତଥା ବାଲେଶ୍ୱର ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ, ଡିଏମଇଟିର ନିଦେ୍ର୍ଧଶକ ଡାକ୍ତର ସି.ବି.କେ ମହାନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଏହି ଟିମ୍ ଆଜି ପୂର୍ବାହ୍ନରେ ବାଲେଶ୍ୱର ଗସ୍ତରେ ଆସିଥିଲା । ହେଲିକପ୍ଟରରେ ରିଜର୍ଭ ପୁଲିସ୍ ପଡ଼ିଆରେ ଅବତରଣ କରିବା ପରେ ଏହି ଟିମ୍ କୁରୁଡ଼ା ସ୍ଥିତ ଜ୍ୟୋତି କୋଭିଡ୍ ହସ୍ପିଟାଲକୁ ଯାଇଥିଲେ । ସେଠାରେ ସ୍ଥିତି ଅନୁଧ୍ୟାନ କରିବା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ ଆଇସୋଲେସନ ସେଣ୍ଟର ବୁଲି ଦେଖିଥିଲେ । ଶେଷରେ ରେମୁଣାରେ ଥିବା ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯାଇ ସ୍ଥିତି ପରଖିଥିଲେ ।
ପରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦେ୍ଧବଙ୍କ ସମେତ ବରିÂ ଅଧିକାରୀ, ଚିକିତ୍ସକଙ୍କ ସହ ଜିଲ୍ଲାରେ କୋଭିଡ୍ର ସ୍ଥିତି, ଏହାର ମୁକାବିଲା ଉପରେ ସମୀକ୍ଷା କରିଥିଲେ । ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ, ମୁଖ୍ୟ ଚିିକିତ୍ସାଳୟରେ ଖୋଲାଯାଇଥିବା ଆଇସୋଲେସନ କେନ୍ଦ୍ରରେ କିଛି ସୁଧାର ଆସିବା ଦରକାର । ଜିଲ୍ଲାରେ ସମ୍ଭାବ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସ୍ପିଟାଲ ଖୁବଶୀଘ୍ର ପ୍ରତିÂା କରାଯିବ । ଏଥିରେ ଗୋଟିଏ ଆଇସିୟୁ ରହିବ । ୨ଟି ଓଟିର ମଧ୍ୟ ବ୍ୟବସ୍ଥା କରାଯିବ । ଏହି ହସ୍ପିଟାଲ ପ୍ରତିÂା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ସେହିପରି ଜ୍ୟୋତି କୋଭିଡ ହସ୍ପିଟାଲରେ ୪ଟି ନୂଆ ଆଇସିୟୁ ପ୍ରସ୍ତୁତ କରାଯିବା ବୋଲି ସେ ସୂଚନା ଦେଇଥିଲେ । ଏହା ବ୍ୟତୀତ ସେଠାରେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଶୁକ୍ରବାର ୧୦ଜଣ ନର୍ସକୁ ନିୟୋଜିତ କରିବା ଲାଗି ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଥିବା କହିଥିଲେ । ଜିଲ୍ଲାରେ ମୃତୁ୍ୟହାର ୦.୩ ପ୍ରତିଶତ ରହିଛି । ଯାହାକି ଅନ୍ୟାନ୍ୟ ଜିଲ୍ଲାଠାରୁ କମ୍ । କୋଭିଡ ପରିଚାଳନା ପାଇଁ ସେ ଜିଲ୍ଲା ପ୍ରଶାସନ, କୋଭିଡ ଚିକିତ୍ସାରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣାଇଥିଲେ ।
ସମ୍ପ୍ରତି କୋଭିଡ୍ରେ ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଏହା ଉପରେ ସଚେତନ ସହ କୋଭିଡ ନିରାକରଣ ଅଭିଯାନକୁ ଆହୁରି ସୁଦୃଢ କରିବା ପାଇଁ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବା ପାଇଁ ଶ୍ରୀ ତ୍ରିପାଠୀ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ । ସୋମବାରଠାରୁ ଏହା ଆରମ୍ଭ ହେବ । ଏହି ଅଭିଯାନ ମାଧ୍ୟମରେ ବୃଦ୍ଧ, ବୟସ୍କ, ଗର୍ଭବତୀ ମହିଳାଙ୍କ ସମେତ କୋ-ମର୍ବିଡିଟି(ଅନ୍ୟ ରୋଗରେ ଆକ୍ରାନ୍ତ) ଥିବା ଲୋକଙ୍କୁ ଚିହ୍ନଟ କରାଯିବ । ବିଶେଷ କରି ରାତ୍ରକାଳୀନ ଆମ୍ବୁଲାନ୍ସର ବ୍ୟବସ୍ଥା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ବ୍ୟକ୍ତିଗତ ସ୍ୱଚ୍ଛତାର ନିଦେ୍ର୍ଧଶକୁ କଡ଼ାକଡ଼ି ଲାଗୁ କରିବା ପାଇଁ ସେ ଜିଲ୍ଲା ପୁଲିସ ପ୍ରଶାସନକୁ ନିଦେ୍ର୍ଧଶ ଦେବା ସହ ଖିଲାପକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁÂାନ ନେବା ପାଇଁ କହିଥିଲେ ।
ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଫକୀରମୋହନ ମେଡିକାଲ କଲେଜ ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡା. ରାମଚନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ।
Comments are closed, but trackbacks and pingbacks are open.