ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ କରିବ ‘ୟଶ’!

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ସାମୁଦ୍ରିକ ଝଡ଼ ‘ୟଶ୍’ ବାଲେଶ୍ୱର ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ବୋଲି ପଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି । ଫଳରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବ । ଏହି ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଅଧିକ ତପôର ହୋଇ ପଡ଼ିିଛି । ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ୨ ଦିନ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥିବା ଜିଲ୍ଲା ପ୍ରଶାସନ ଦାବି କରିଛି । ଅନ୍ୟପଟେ ସୋମବାର ପୁଲିସ ଏଡିଜି ଯଶୋବନ୍ତ ଜେଠୱା ବାଲେଶ୍ୱରରେ ପହଞ୍ଚି ଜିଲ୍ଲାର ବରିÂ ଅଧିକାରୀଙ୍କ ସହିତ ବାତ୍ୟା ମୁକାବିଲା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ହେଲେ ବାତ୍ୟାର ଭୟାବହତାକୁ ନେଇ ଜିଲ୍ଲାବାସୀ ଏବେ କଚିନ୍ତାରେ ଅଛନ୍ତି ।
‘ୟଶ୍’ ଯୋଗୁଁ ସମଗ୍ର ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହେବ । ବିଶେଷ କରି ବାହାନଗା, ସଦର, ବସ୍ତା, ବାଲିଆପାଳ, ଜଳେଶ୍ୱର, ଭୋଗରାଇ, ସୋର ବ୍ଲକ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି । ଏହି ସବୁ ବ୍ଲକର ପ୍ରାୟ ୧୪୦ଟି ଗ୍ରାମର ୨ ଲକ୍ଷରୁ ଊଦ୍ଧ୍ୱର୍ ଲୋକେ ପ୍ରଭାବିତ ହେବା ନେଇ ଆକଳନ କରାଯାଉଛି । ସେମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାରେ ୧୨ଶହ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ଏଥିରେ ୧୪୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ସମେତ ସରକାରୀ, ଘରୋଇ ସ୍କୁଲ, କଲେଜ ଗୃହ ମଧ୍ୟ ସାମିଲ କରଯାଇଛି ।
ସୂଚନା ମୁତାବକ, ଭୋଗରାଇ ବ୍ଲକରୁ ୨୪ ହଜାର, ବାଲିଆପାଳରୁ ୧୫ହଜାର ୬୦୦, ବସ୍ତା ବ୍ଲକରୁ ୧୪ ହଜାର ୮୬୦, ଜଳେଶ୍ୱରରୁ ୬ ହଜାର ୫୧୦, ବାହାନଗାରୁ ୬ ହଜାର ୩୮, ସଦରରୁ ୨୦ ହଜାର, ଔପଦାରୁ ୧ ହଜାର ୫୨୫, ସିମୁଳିଆରୁ ୭ ହଜାର ୭୯୦, ଖଇରାରୁ ୪ ହଜାର, ରେମୁଣାରୁ ୧୧ ହଜାର ୧୩୦, ନୀଳଗିରିରୁ ୭ ହଜାର ୧୦୦, ସୋରରୁ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ସେହିଭଳି ବାଲେଶ୍ୱର ମୁ୍ୟନିସିପାଲିଟିରୁ ୨୬୫୦, ଜଳେଶ୍ୱର ମୁ୍ୟନିସିପାଲିଟିରୁ ୩୩୪୦, ନୀଳଗିରି ଏନ୍ଏସିରୁ ୩୭୨୫ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ସୋମବାର ଅପରାହ୍ନରୁ କିଛି ବ୍ଲକରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ମଙ୍ଗଳବାର ସକାଳରୁ ଏହି ପ୍ରକ୍ରିୟା ଜୋରଦାର ହେବ ବୋଲି ଜିଲ୍ଳା ଜରୁରି କାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସେହିଭଳି ଏହି ସମୟରେ ଗର୍ଭବତୀଙ୍କୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି । ଜିଲ୍ଲାରେ ଥିବା ୬୦୦ ଆସନ୍ନ ପ୍ରସବାଙ୍କୁ ତୁରନ୍ତ ନିକଟସ୍ଥ ପିଏଚ୍ସି, ସିଏଚ୍ସିକୁ ସ୍ଥାନାନ୍ତରଣ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।
ଜିଲ୍ଲାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ୍ରାଫ, ଏନ୍ଡିଆରଏଫ, ପୁଲିସ୍କୁ କାମରେ ଲଗାଯାଇଛି । ଜିଲ୍ଲାରେ ୧୨ଟି ଓଡ୍ରାଫ ଟିମ୍ ପହଞ୍ଚିଛନ୍ତି । ସେମାନଙ୍କ ନିକଟରେ ଉନ୍ନତ ଟେକ୍ନୋଲୋଜିର ଯନ୍ତ୍ରାଂଶ ରହିଛି । ଏହା ବ୍ୟତୀତ ୧୫ ପ୍ଲାଟୁନ ପୁଲିସ୍ ଫୋର୍ସକୁ ଜିଲ୍ଲାରେ ନିୟୋଜିତ କରାଯାଇଛି । ୧୨ଟି ଏନ୍ଡିଆରଏଫ ଟିମ୍ ଜିଲ୍ଲାକୁ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ଟିମ୍ ମଙ୍ଗଳବାର ଆସିପାରେ । ତିନୋଟି ଟିମ୍କୁ ବିଭିନ୍ନ ବ୍ଲକକୁ ପଠାଯାଇଛି । ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସକୁ ମଧ୍ୟ ବ୍ୟବହାର କରାଯାଇଛି । ଜିଲ୍ଲାରେ ବିଦୁ୍ୟତ୍ ସରବରାହରେ ସମସ୍ୟା ଉପୁଜିବା ନେଇ ସମ୍ଭାବନା ରହିଛି । ଏଥିପାଇଁ ବିଦୁ୍ୟତ୍ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ତେବେ ଗତକାଲି ବାଲେଶ୍ୱରରେ ବାତ୍ୟା ମୁକାବିଲା ସଂପର୍କରେ ଏସ୍ଆର୍ସି ପ୍ରଦୀପ ଜେନା ସମୀକ୍ଷା କରିଥିବା ବେଳେ ଆଜି ପୁଲିସ ଏଡିଜି ଯଶୋବନ୍ତ ଜେଠୱା ସ୍ଥିତି ସମୀକ୍ଷା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons