ବାହାରେ ବିକ୍ରି ହେଉଛି ଆହାର କେନ୍ଦ୍ର ମିଲ୍‍

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ସହରାଞ୍ଚଳର ଗରିବ, ଅସହାୟ, ଦୁଃସ୍ଥ ଲୋକ ଯେପରି ପେଟପୂରା ଖାଇବାରେ କୌଣସି ଅସୁବିଧା ନଭୋଗିବେ ସେଥିପାଇଁ ସରକାର ଆରମ୍ଭ କରିଥିଲେ ଆହାର ଯୋଜନା । ହେଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଥିରେ ସାଂଘାତିକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯେଉଁମାନଙ୍କ ପାଇଁ ‘ଆହାର’ ଉଦ୍ଧିଷ୍ଟ, ସେମାନେ ଖାଇବାକୁ ପାଉ ନଥିବାବେଳେ ବାହାରେ ବିକ୍ରି ହେଉଛି ଖାଦ୍ୟ ପୁଡ଼ିଆ । ଆହାର ପୁଡ଼ିଆ ବାହାରେ ୨୦ରୁ ୨୫ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଭଳି ଗୁରୁତର ଅଭିଯୋଗ ଉଠିଛି । ତେବେ ଏ ସଂପର୍କରେ ଆହାର କେନ୍ଦ୍ରରେ ଯାଇ ଅନୁସନ୍ଧାନ କରାଯିବାରୁ ଖାଦ୍ୟସବୁ ପୁଡ଼ିଆ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ ଆହାର କେନ୍ଦ୍ର କର୍ମଚାରୀଙ୍କୁ ପଚାରିବାରୁ ଉକ୍ତ ଖାଦ୍ୟପୁଡ଼ିଆ ପୌରପାଳିକା କାର୍ଯ୍ୟାଳୟକୁ ଯିବା ପାଇଁ ରହିଥିବା ଉତ୍ତର ମିଳିଥିଲା । ତେବେ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ପଚାରିବାରୁ କର୍ତ୍ତୃପକ୍ଷ ପୁଡିଆ ଆସୁଥିବା କଥାକୁ ଅସ୍ୱୀକାର କରିଛନ୍ତି । ଘଟଣା ଏବେ କେନ୍ଦ୍ରାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇଠାରେ ଆହାର କେନ୍ଦ୍ର ପତିÂା କରାଯାଇ ଗ୍ରାମ୍ୟ ଉତ୍ଥାନ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ହୋଇଆସୁଛି । ପଟ୍ଟାମୁଣ୍ଡାଇରେ ଖାଦ୍ୟ ପ୍ରସ୍ତୁତ ହେବା ପରେ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ କେନ୍ଦ୍ରାପଡ଼ାରେ ଖାଦ୍ୟ ପହଞ୍ଚାଇ ଦିଆଯାଉଛି । ପୂର୍ବରୁ ୧୦୦୦ ଜଣ ଲୋକଙ୍କ ଖାଇବା ପାଇଁ ଖାଦ୍ୟ ମିଳୁଥିବା ବେଳେ ଲକଡାଉନ୍‍ ପରଠୁ ୫୦୦ ଜଣଙ୍କ ପାଇଁ ଖାଦ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ଯୋଗାଇ ଦିଆଯାଉଥିବା ସୂଚନା ଦିଆଯାଇଛି । ପୁଣି ପୂର୍ବରୁ ଗ୍ରାମ୍ୟ ଉତ୍ଥାନର କର୍ମଚାରୀମାନେ ଆହାର କେନ୍ଦ୍ରରେ ରହି ଏ କାମ କରି ଆସୁଥିବା ବେଳେ ନିକଟରେ ଏକ ସ୍ୱୟଂ ସହାୟକ ଗୋÂୀକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଆହାର କେନ୍ଦ୍ର ପୂର୍ବରୁ ୧୧ଟାରୁ ଖୋଲୁଥିବା ବେଳେ ଏବେ ୧୦ ଟାରେ ଖୋଲୁଥିବା କର୍ମଚାରୀ ସୂଚନା ଦେଇଛନ୍ତି । ହେଲେ ୧୨ଟା ବେଳକୁ ଆହାର କେନ୍ଦ୍ରରେ ଲୋକେ ପହଞ୍ଚôଲା ବେଳକୁ ମିଲ୍ ସରିଯାଉଥିବା କଥା କହୁଛନ୍ତି । ଆହାର କେନ୍ଦ୍ର ମେଡିକାଲ ପରିସରରେ ଥିବାବେଳେ ମେଡିକାଲକୁ ଏବେ କରୋନା ସଂକ୍ରମଣ ଭୟରେ ରୋଗୀ ଆସିବା ବହୁ ପରିମାଣରେ କମିଯାଇଛି । ଦିନକୁ ଅଳ୍ପ କେତେଜଣ ହାତଗଣତି ରୋଗୀ ଆସୁଥିବା ବେଳେ ୫୦୦ ମିଲ୍ କେମିତି ଏତେଶୀଘ୍ର ସରିଯାଉଛି ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣେ ଗତ କିଛିଦିନ ହେବ ଆହାର କେନ୍ଦ୍ରରେ ପ୍ରସ୍ତୁତ ମିଲ୍ ବାହାରେ ବିକ୍ରି କରାଯାଉଥିବା ଅଭିଯୋଗ ଓ ରହସ୍ୟଜନକ ଭାବେ ମିଲ୍ ସରିଯିବା କଥା କୁହାଯିବା ଖାପ ଖାଇଯାଉଛି ।
ଏ ସଂପର୍କରେ ଆହାର କେନ୍ଦ୍ରରେ ପହଞ୍ଚô ତଦନ୍ତ କରି ଦେଖିବାରୁ ଆହାର କେନ୍ଦ୍ରରେ ମିଲ୍ ସବୁ ପ୍ୟାକେଟ୍‍ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୨୦ଟି ପ୍ୟାକେଟ ସେଠାରେ ରହିଥିଲା । କେନ୍ଦ୍ରରେ ପ୍ୟାକିଂର ବ୍ୟବସ୍ଥା ନଥିବା ବେଳେ ଏଠାରେ କେମିତି ଏସବୁ କାମ ହେଲା ବୋଲି ପଚାରିବାରୁ କ୍ୟାସ୍ କାଉଣ୍ଟର୍ରେ ଥିବା କର୍ମଚାରୀ ରବିନ୍ଦ୍ର ମହାପାତ୍ର କହିଥିଲେ କି ଏସବୁ ମିଲ୍‍ ପ୍ୟାକେଟ୍ କେନ୍ଦ୍ରାପଡ଼ା ପୌରପାଳିକା କାର୍ଯ୍ୟାଳୟକୁ ଯିବାକୁ ରହିଛି । ଏଣେ କେନ୍ଦ୍ରାପଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ କହିଛନ୍ତି ଲକ୍ଡାଉନ ବେଳେ ଟିଏମ୍ସିରେ ଯେଉଁ ପ୍ରବାସୀମାନେ ରହୁଥିଲେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗ୍ରାମ ଉତ୍ଥାନ ଦ୍ୱାରା ମିଲ୍ ପ୍ରସ୍ତୁତ କରାଯାଉଥିଲା । ଏଥିଲାଗି ଦୁଇ ଓଳି ମିଲ୍‍ ଓ ଗୋଟିଏ ଟିଫିନ୍ ପାଇଁ ୧୧୦ ଟଙ୍କା ପଡ଼ିଯାଉଥିଲା । ଏଥିପାଇଁ ଆମେ ସ୍ୱତନ୍ତ୍ର ଭାବେ ବିଲ୍‍ ପଇଠ କରୁଥିଲୁ ବୋଲି ସେ କହିଛନ୍ତି । ସେପ୍ଟେମ୍ୱର ୧୫ରୁ ପୌରପାଳିକାରେ ଥିବା ଟିଏମ୍ସି ବନ୍ଦ ହୋଇଗଲାଣି । ତେବେ ଆହାର କେନ୍ଦ୍ରର ଯେଉଁ କର୍ମଚାରୀ କହିଛନ୍ତି ଏହି ଖାଦ୍ୟ ପୌର କାର୍ଯ୍ୟାଳୟକୁ ଯିବ ବୋଲି ତାହା ମିଛ । ଏ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରାଯିବ ବୋଲି ଆହାର ଯୋଜନାର କେନ୍ଦ୍ରାପଡ଼ା ଜିଲ୍ଲା ନୋଡ଼ାଲ୍ ଅଫିସର୍ ଡିଆର୍ଡିଏ ପିଡି ଦିଲ୍ଲୀପ କୁମାର ପରିଡ଼ା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons