ବିଂଶତମ ସ୍ଥାନରେ ଦିଲ୍ଲୀର ଖାନ୍ ମାର୍କେଟ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦିଲ୍ଲୀର ଖାନ୍ ମାର୍କେଟ୍ ୨୦୧୯ରେ ବିଶ୍ୱର ବିଂଶତମ ବ୍ୟୟବହୁଳ ଖୁଚୁରା ବଜାର । ୨୦୧୮ରେ ଏହା ଏକବିଂଶ ସ୍ଥାନରେ ଥିଲା । ଗ୍ଲୋବାଲ ପ୍ରପର୍ଟି କନ୍ସଲ୍ଟାଣ୍ଟ କୁସ୍ମ୍ୟାନ୍ ଆଣ୍ଡ ୱେକ୍ଫିଲ୍ଡ ଏକ ରିପୋର୍ଟରେ ଏହି ସୂଚନା ଦେଇଛି ।
କୁସ୍ମ୍ୟାନ୍ ଆଣ୍ଡ ୱେକ୍ଫିଲ୍ଡ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ‘ମେନ୍ ଷ୍ଟ୍ରିଟ୍ସ ଆକ୍ରସ୍ ଦ ୱାର୍ଲ୍ଡ ୨୦୧୯’ ମୁତାବକ, ଦିଲ୍ଲୀ ଖାନ୍ ମାର୍କେଟ୍ରେ ପ୍ରତି ବର୍ଗଫୁଟ ସ୍ଥାନର ଭଡ଼ା ବାର୍ଷିକ ୨୪୩ ଡଲାର ବା ପ୍ରାୟ ୧୭ହଜାର ଟଙ୍କା ରହିଛି । ଏଥିସହ ଏହା ଚଳିତ ବର୍ଷର ସବୁଠୁ ବ୍ୟୟବହୁଳ ଖୁଚୁରା ସ୍ଥାନ ତାଲିକାରେ ୨୦ତମ ସ୍ଥାନରେ ପହଞ୍ଚିଛି । ୨୦୧୮ରେ ୨୧ତମ ସ୍ଥାନରେ ଥିବା ଖାନ୍ ମାର୍କେଟ୍ରେ ପ୍ରତି ବର୍ଗଫୁଟ ସ୍ଥାନର ଭଡ଼ା ବାର୍ଷିକ ୨୩୭ ଡଲାର ବା ୧୬,୫୦୦ ଟଙ୍କା ରହିଥିଲା ।
ରିପୋର୍ଟ ମୁତାବକ, ହଂକଂର କଜ୍ୱେ ବେ’ ବିଶ୍ୱର ସବୁଠୁ ବ୍ୟୟବହୁଳ ଖୁଚୁରା ସ୍ଥାନ ଭାବେ ନିଜର ସ୍ଥାନ ବଜାୟ ରଖିଛି । ଏଠାରେ ପ୍ରତି ବର୍ଗଫୁଟ ଅଞ୍ଚଳର ଭଡ଼ା ବାର୍ଷିକ ୨,୭୪୫ ଡଲାର ବା ୧,୯୨,୦୦୦ ଟଙ୍କା ରହିଛି । ଏହାପଛକୁ ବର୍ଗଫୁଟ ଅଞ୍ଚଳ ପିଛା ବାର୍ଷିକ ୨,୨୫୦ ଡଲାର ବା ୧,୫୭,୦୦୦ ଟଙ୍କା ସହ ନୁ୍ୟୟର୍କର ଅପର୍ ଫିଫ୍ଥ ଆଭିନୁ୍ୟ ବ୍ୟୟବହୁଳ ଖୁଚୁରା ସ୍ଥାନ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଲଣ୍ଡନର ନୁ୍ୟ ବଣ୍ଡ ଷ୍ଟ୍ରିଟ୍ ତୃତୀୟ ସ୍ଥାନ (ବର୍ଗଫୁଟ ପିଛା ୧,୭୧୪ ଡଲାର ବା ୧,୧୯,୫୦୦ ଟଙ୍କା)ରେ ରହିଛି ।
ସୂଚନା ଥାଉକି, ୨୦୧୯ର ଦ୍ୱିତୀୟ ତ୍ରୟମାସରେ ଏକ ଅଞ୍ଚଳର ଭଡ଼ା ଆଧାରରେ ଏହି ର୍ୟାଙ୍କିଙ୍ଗ୍ ପ୍ରସ୍ତୁତ କରାଯାଇଛି । କୁସ୍ମ୍ୟାନ୍ ଆଣ୍ଡ ୱେକଫିଲ୍ଡ ପକ୍ଷରୁ ୬୮ଟି ରାଷ୍ଟ୍ରର ୪୪୮ଟି ସ୍ଥାନକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons