ବିକାଶରେ ବାଧକ ଭାସ୍କେଲ ନଦୀ

Get real time updates directly on you device, subscribe now.

କୋଷାଗୁମୁଡା,(ବି.ବି.ନୁ୍ୟଜ): ବାରମ୍ବାର ପ୍ରତିଶ୍ରୁତି ମିଳୁଛି । ହେଲେ ନଦୀରେ ପୋଲ ହୋଇପାରୁନି । ଫଳରେ ଅଞ୍ଚଳର ବିକାଶ ଆଶାନୁରୂପ ହୋଇପାରୁନି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବଡଆଟିଗାଁ ପଞ୍ଚାୟତ ସଦରର ଏଭଳି ଅବସ୍ଥା ହୋଇଛି । ବେପାରବଣିଜଠାରୁ ଆରମ୍ଭ କରି ପାଠପଢା, ସ୍ୱାସ୍ଥ୍ୟସେବା ପାଇଁ ଲୋକେ ଏବେ ବି ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ।ସ
ସୂଚନା ଅନସାରେ, ଏହି ଗାଁର ପୂର୍ବ, ପଶ୍ଚିମ ଏବଂ ଉତ୍ତରକୁ ଘେରି ଭାସ୍କେଲ ନଦୀ ରହିଛି । ଅଞ୍ଚଳରେ ପାଖାପାଖି ୫ ହଜାର ଲୋକ ବସବାସ କରୁଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ସହ ଏଠାରେ ଉପ ସ୍ୱାସ୍ଥ୍ୟକେନ୍ଦ୍ର, ଡାକଘର ଓ ଉଚ୍ଚ ବିଦ୍ୟାଳୟ ରହିଛି । କିନ୍ତୁ ପ୍ରତିଦିନର ଜୀବନଯାପନ, ଆବଶ୍ୟକ ସ୍ୱାସ୍ଥ୍ୟସେବା, ବେପାରବଣିଜ ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପାଇଁ ଲୋକେ ପଡେଶୀ ବ୍ଲକ ଡାବୁଗାଁ, ଉମରକୋଟ, ୩୦ କିମି ଦୂରରେ ଥିବା ବ୍ଲକ ସଦର ମହକୁମା କୋଷାଗୁମୁଡା ଓ କୋଡିଙ୍ଗା ଉପରେ ନିର୍ଭର କରିଥାନ୍ତି । ପଞ୍ଚାୟତ ସଦର ମହକୁମାରୁ ପୂର୍ବ ଏବଂ ଉତ୍ତର ଦିଗକୁ ଶହେ ମିଟର ଦୂରରେ ଭାସ୍କେଲ ନଦୀ ରହିଛି । ପଶ୍ଚିମ ଦିଗରେ ଗାଈଯୋଡି ନାମକ ଏକ ଛୋଟ ନଦୀ ରହିଛି । ବିଭିନ୍ନ କାମରେ ଡାବୁଗାଁ ବ୍ଲକ ବୋରିଗାଁକୁ ଯିବାକୁ ଲୋକେ ଗାଈଯୋଡି ଓ ଭାସ୍କେଲ ନଦୀର ସଙ୍ଗମସ୍ଥଳି ସତୀଘାଟ ଦେଇ ଯାଇଥାନ୍ତି । ନଦୀରେ ବର୍ଷ ତମାମ୍ ପାଣି ରହୁଥିବା ସତ୍ତେ୍ୱ ଲୋକେ ସ୍ୱଳ୍ପ ବାଟ ଯୋଗୁ ବିପଦସଙ୍କୁଳ ଭାବେ ଏହି ରାସ୍ତା ଦେଇ ସବୁବେଳେ ଯିବା ଆସିବା କରୁଛନ୍ତି । ଭାସ୍କେଲ ନଦୀ ଉପରେ ପୋଲଟିଏ ହେଲେ ଏମାନଙ୍କ ଦଃଖ ଯାଆନ୍ତା ବୋଲି କୁହାଯାଉଥିଲେ ହେଁ ଏଥିପାଇଁ କେବଳ ଆଜିଯାଏ ପ୍ରତିଶ୍ରୁତି ମିଳୁଛି । ପୋଲ ପାଇଁ ଲୋକେ ପ୍ରଶାସନଠାରୁ ଆରମ୍ଭ କରି ଡାବୁଗାଁ ବିଧାୟକ, ନବରଙ୍ଗପୁର ସାଂସଦ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ନିରାଶ ହୋଇଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କ ସମସ୍ୟା ଦୂର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons