ବିକ୍ରମନଗରର ବିବାଦୀୟ ଜାଗା: ଅକ୍ତିଆର କଲା ତହସିଲ ପ୍ରଶାସନ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଦୁଇପରିବାର ଦାବି କରୁଥିବା ଏକ ସରକାରୀ ଖାଲି ଜାଗାକୁ ଶେଷରେ ତହସିଲ ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି । ସ୍ଥାନୀୟ ବିକ୍ରମନଗର ଅଞ୍ଚଳରେ ଥିବା ଏହି ଜାଗା ରାଜସ୍ୱ ବିଭାଗର ଜଣାପଡିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ତହସିଲଦାର ପ୍ରଧାନ ଟୁଲ୍ଲିଆମା । ସେଠାରେ ପୋତାଯାଇଥିବା ସିମେଣ୍ଟଖୁଣ୍ଟ ଓ ତାର ଜାଲିକୁ କାଢି ଦେଇଛନ୍ତି । ସେହି ସ୍ଥାନରେ ବୋର୍ଡ ଲଗାଇଛି ବିଭାଗ । ଏଥିରେ ଉଲ୍ଲେଖ ରହିଛି, ଏଠାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯିବ । କୌଣସି ଅନୁପ୍ରବେଶ କିମ୍ବା ଖନନ କାର୍ଯ୍ୟ କରିବା ବେଆଇନ । ଯଦି କୌଣସି ବ୍ୟକ୍ତି ଏହାକୁ ଅବମାନନା କରନ୍ତି, ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ।
ସୂଚନାଥାଉକି, ଏହି ଜାଗାକୁ ଦୁଇ ପରିବାର ନିଜର ବୋଲି ଦାବି କରୁଥିଲେ । ଗୋଟିଏ ପରିବାର ପାଚେରୀ ପାଇଁ ଗାତ ଖୋଳିଥିବା ବେଳେ ଅନ୍ୟ ପରିବାର ଜାଗା ଚାରିପଟେ ସିମେଣ୍ଟ ଖୁଣ୍ଟ ଓ ତାରଜାଲି ବୁଲାଇ ଦେଇଥିଲେ । ଉପଜିଲ୍ଲାପାଳ ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରାଯାଇଥିଲା । ଏହି ଖାଲି ଜାଗା ରାଜସ୍ୱ ବିଭାଗର ବୋଲି ରେକର୍ଡରୁ ଜଣାପଡିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons