ବିଗ୍ବଜାର ମହାବଚତ୍ ଅଫର ଆଜିଠୁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ବିଗ୍ ବଜାରର ୬ ଦିନିଆ ମହାବଚତ୍ ଅଫର ଶନିବାରଠାରୁ ଆରମ୍ଭ ହେଉଛି । ଏହି ଅବସରରେ ଗ୍ରାହକ ଖାଦ୍ୟସାମଗ୍ରୀ, ସଉଦାପତ୍ରଠାରୁ ଆରମ୍ଭ କରି ପୋଷାକ, ଗୃହୋପକରଣ, କିଚେନୱେର, ହୋମ୍ ଡେକର ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ଆକର୍ଷଣୀୟ ରିହାତି ଏବଂ ଡିଲ୍ ପାଇପାରିବେ । ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅଫର ଚାଲିବ ।
ଦେଶର ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହି ଅଫର ପୁଣି ଥରେ ଆସିଛି । ବାୟ ୧ ଗେଟ୍ ୨ ଫ୍ରୀ ସହିତ ପୁରୁଷ ଏବଂ ମହିଳାଙ୍କ ପୋଷାକରେ ୨୦ଧର କ୍ୟାସ୍ବ୍ୟାକ୍ ଅଫର ଅଛି । ହୋମ୍ ଫର୍ଣ୍ଣିସିଂ ବର୍ଗରେ ୬୦ଧ ପର୍ଯ୍ୟନ୍ତ ରିହାତି ଏବଂ ଅତିରିକ୍ତ ୨୦ଧ କ୍ୟାସ୍ବ୍ୟାକ୍ ସୁବିଧା ଅଛି । ଆକର୍ଷଣୀୟ ଫାଇନାନ୍ସ ସୁବିଧା ବି ରହିଛି ।
୩୦୦୦ ଟଙ୍କା ଏବଂ ୬୦୦୦ ଟଙ୍କାର କ୍ରୟରେ ଗ୍ରାହକ ସେମାନଙ୍କ ଫ୍ୟୁଚର ପେ’ ୱାଲେଟ୍ ତଥା ପେଟିଏମ୍ରେ ଯଥାକ୍ରମେ ୧୨୦୦ ଏବଂ ୨୪୦୦ ଟଙ୍କାର କ୍ୟାସ୍ବ୍ୟାକ୍ ପାଇବେ । ଏସ୍ବିଆଇ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ପେମେଣ୍ଟରେ ୭ଧର ଅତିରିକ୍ତ ରିହାତି ରହିଛି । ଏହି ଅବସରରେ ଗ୍ରାହକ ଆକର୍ଷଣୀୟ ଶପିଂ ଅନୁଭୂତି ନେବା ସହ ମହାସଞ୍ଚୟ କରିପାରିବେ ବୋଲି ବିଗ୍ ବଜାରର ସିଇଓ ସଦାଶୀବ ନାୟକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons