ବିଚାରାଧୀନ କଏଦୀଙ୍କ ଡାକ୍ତରଖାନାରେ ମୃତୁ୍ୟ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବିଚାରାଧୀନ କଏଦୀଙ୍କ ମୃତୁ୍ୟ ଘଟିଛି । ମୃତକ ହେଲେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଶୋଭାପୁଟ ଗାଁର ପୁରସତି ଖଡା (୩୦) । ଶ୍ରୀ ଖଡା ଦୀର୍ଘଦିନ ଧରି ଲିଭର୍ ସୋରିଓସିସ୍ ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ଗତ ୪ ତାରିଖରେ ତାଙ୍କୁ ଜିଲ୍ଲା ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ନବରଙ୍ଗପୁର ଉପକାରାଗାର ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ପଟ୍ଟନାୟକ ତାଙ୍କୁ ଭର୍ତ୍ତି କରାଇଥିଲେ । ଶ୍ରୀ ଖଡାଙ୍କୁ ସ୍ୱତନ୍ତ୍ର ଭାବେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଶନିବାର ସନ୍ଧ୍ୟା ୮ଟା ୨୦ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ଘଟିଥିଲା । ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ଡାକ୍ତରଖାନାରେ ପହଞ୍ଚି ଶବ ଜବତ ପରେ ବ୍ୟବଚ୍ଛେଦ କରାଇଥିଲେ । ଥାନାରେ ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ବ୍ୟବଚ୍ଛେଦ ପରେ ଜିଲ୍ଲା ପ୍ରଶାସନ ସହାୟତାରେ ମହାପ୍ରୟାଣ ଗାଡିରେ ତାଙ୍କ ଗାଁକୁ ଶବ ପଠାଯାଇଛି । ସୂଚନା ଯୋଗ୍ୟ ଯେ, ୨୦୧୯ ସେପ୍ଟେମ୍ବରରେ ପୁରସତୀ ଖଡା ଓ ତାଙ୍କ ସାଥୀ ଏକ ବାଇକ୍ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପାପଡାହାଣ୍ଡି ପୁଲିସ ହାତରେ ଧରାପଡିଥିଲେ । ପାପଡାହାଣ୍ଡି ପୁଲିସ ପୁରସତୀଙ୍କ ସମେତ ତାଙ୍କର ଜଣେ ସାଥୀକୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ଏହି ମାମଲାରେ ପୁରସତୀ ବିଚାରାଧୀନ କଏଦୀ ଭାବେ ନବରଙ୍ଗପୁର ଉପକାରାଗାରରେ ଦିନ କାଟୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons