ବିଚ୍ଛିନ୍ନାଞ୍ଚଳରେ ଆର୍ଥିକ ସଚେତନତା

Get real time updates directly on you device, subscribe now.

ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ୍): ଚିତ୍ରକୋଣ୍ଡା ବ୍ଲକ ଅଧୀନ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ସ୍ୱୟଂ ସହାୟକ ଗୋÂୀର ମହିଳାମାନେ କିପରି ନିଜେ ସ୍ୱାବଲମ୍ବୀ ହେବେ ଓ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିବେ ସେ ନେଇ ନାନା ପରାମର୍ଶ ଦିଆଯାଇଛି ।
ସୂଚନା ଅନୁସାରେ, ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଯୋଡାମ୍ବଠାରେ ଏହାର ଆୟୋଜନ କରାଯାଇଥିଲା । ବ୍ୟାଙ୍କରେ ଜମା ଖାତା ଖୋଲିବାକୁ ମହିଳାମାନଙ୍କୁ ପରାମର୍ଶ ଦିଆଯିବା ସହ ପ୍ରଧାନମନ୍ତ୍ରୀ ଜୀବିକା ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସମସ୍ତଙ୍କୁ ସାମିଲ କରାଯାଇଥିଲା । ବ୍ୟାଙ୍କରୁ ଋଣ ନେଇ ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ସୂଚନା ଦିଆଯାଇଥିଲା । ଜୀବିକା ମିଶନ ପ୍ରୟାସରେ ପ୍ରତି ପଞ୍ଚାୟତରେ ସିଏସପି କେନ୍ଦ୍ର ଖୋଲାଯାଇ କିପରି ଟଙ୍କା ଜମା, ଉଠାଣ, ଋଣ ଉଠାଣ ଓ ପରିଶୋଧ, ନୂଆ ଖାତା ଖୋଲା, ଇନ୍ସୁ୍ୟରାନ୍ସ ଆଦି ସମ୍ପର୍କରେ ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମ ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପବିତ୍ର ମୋହନ ବରୁଆଙ୍କ ନିଦେ୍ର୍ଧଶରେ କରାଯାଇଥିଲା । ଚିତ୍ରକୋଣ୍ଡା ବିପିଏମ୍ ପର୍ଶୁରାମ ବେହେରା, ବିଏଲସି ସୋମନାଥ କୁମ୍ଭାର, ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର କୁମାର ଭୂୟାଁ, ପ୍ରତି ପଞ୍ଚାୟତରେ କାର୍ଯ୍ୟରତ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯାଇଥିଲା । ସୂଚନାଯୋଗ୍ୟ, ବିଭିନ୍ନ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୧ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ପଣସପୁଟ, ଅଣ୍ଡରାପାଲ୍ଲୀ, ଗାଜୁଲୁମାମୁଡି, ପାପରମେଟଲା, ଧୂଳିପୁଟ, ବଡପଡା, ରାଲେଗଡା, ବଡପଦର, ଚିତ୍ରକୋଣ୍ଡା, ଦୋରାଗୁଡା, ଗୁଣ୍ଠାୱାର୍ଡା, ନୂଆଗୁଡା, କପାତୁଟି, ଟନେଲ କ୍ୟାମ୍ପ, କୁରୁମାନୁର ଓ ପାପୁଲୁର ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons