ବିଚ୍ ରାସ୍ତାରେ ବୃଦ୍ଧଙ୍କୁ ହାଣିଦେଲେ

Get real time updates directly on you device, subscribe now.

ଧରାକୋଟ, (ବି.ବି.ନୁ୍ୟଜ୍): ବିଚ୍ ରାସ୍ତାରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ଖାରୀପଲ୍ଲୀ ଗ୍ରାମରେ । ମୃତକ ହେଲେ ସେହି ଗ୍ରାମର ଭରତ ବେହେରା (୬୭) । ସେ ମୁଢ଼ି ବିକିବାକୁ ଯାଉଥିବାବେଳେ କେତେକ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୬ଟାରେ ମୁଢ଼ି ବିକ୍ରି କରିବାକୁ ଘରୁ ବାହାରିଥିଲେ ଭରତ । ମାତ୍ର ଦୁଇ କିଲୋମିଟର ଯିବା ପରେ ତେଲିଆ ଠାକୁରାଣୀ ରାସ୍ତାରେ ତାଙ୍କୁ ଟାଙ୍ଗିଆରେ ଚୋଟ ପକାଇଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଖବରପାଇ ପରିବାର ଲୋକଙ୍କ ସହ ଅଞ୍ଚଳବାସୀ ପହଞ୍ଚି ଥାନାକୁ ଜଣାଇଥିଲେ । ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପଚନ୍ଦ୍ର ତ୍ରିପାଠୀ ପହଞ୍ଚି ତଦନ୍ତ କରିଥିଲେ । ମାସକ ତଳେ ଗାଁରେ ଏକ ଧାନଗଦା ଏବଂ ପାୱାର ଟିଲରରେ କେତେକ ବ୍ୟକ୍ତି ନିଅାଁ ଲଗାଇ ଦେଇଥିଲେ । ଏନେଇ ଗାଁରେ ବୈଠକ କରାଯାଇ କମିଟି ୩ ଜଣଙ୍କଠାରୁ ଜରିମାନା ଆଦାୟ କରିଥିଲା । ଭରତଙ୍କ ସମେତ ୫ ଜଣ ଗାଁ କମିଟିରେ ସଦସ୍ୟ ରହିଛନ୍ତି । ଏଥିରେ ରାଗ ରଖି ଦୁର୍ବୃତ୍ତମାନେ ଏଭଳି କରିଥିବା ଅନୁମାନ କରୁଛି ପୁଲିସ । ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ପୁଲିସ ତଦନ୍ତ ଜାରି ରଖିଛି । ଏ ସମ୍ପର୍କରେ ବଡ଼ଗଡ଼ ଥାନାରେ ମୃତ ଭରତଙ୍କ ଶଳା ଗୌରହରି ବେହେରା ଏତଲା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons