ରାଉରକେଲା,(ବି.ବି.ନୁ୍ୟଜ୍): ଟଙ୍କା ଲୋଭ କାହାର ନାହିଁ? ହେଲେ ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଚି ରାସ୍ତାରେ ପଡ଼ିଥିବା ଟଙ୍କା କେହି ଉଠାଇବାକୁ ସାହାସ କରୁନାହାନ୍ତି । ମହାମାରୀ କରୋନା ପାଇଁ ଆଜି ଏମିତି ଭୟ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଟଙ୍କା ରାସ୍ତାରେ ପଡିଥିଲେ ବି ଛୁଇଁବାକୁ ଛାତିରେ ଭୟ ପଶି ଯାଉଛି । ଏମିତି ରାଉରକେଲାରୁ ଆସିଛି ଏକ ଖବର । ରାଉରକେଲା ଉଦିତନଗର ଥାନା ବାସନ୍ତୀ କଲୋନୀ ରୋଡ୍ରେ ମଙ୍ଗଳବାର ସନ୍ଧ୍ୟାରେ କିଛି ପାଞ୍ଚ ଶହ ଟଙ୍କିଆ ନୋଟ୍ ପଡ଼ିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ । ଏପରିକି ପରସ୍ପର ମଧ୍ୟରେ ଟୁପୁରୁ ଟାପୁରୁ ହେଉଥିଲେ । ହେଲେ ରାସ୍ତା ଉପରେ ପଡିଥିବା ଟଙ୍କା କେହି ଉଠାଇବାକୁ ସାହାସ କରିପାରୁନଥିଲେ । ପରେ କଥା ଯାଇ ପହଞ୍ଚିଲା ପୋଲିସ ପାଖରେ । ଉଦିତନଗର ଥାନା ଅଧିକାରୀ ସେଠାରେ ନୋଟ୍ ଗୁଡିକୁ ଉଠାଇ ଯାଞ୍ଚ କରିଥିଲେ । ସେହି ଟଙ୍କା ଅସଲୀ ବୋଲି ଜାଣିବାକୁ ପାଇଥିଲେ । ପୋଲିସ ସେହି ଟଙ୍କାକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏତେ ପରିମାଣର ଟଙ୍କା କିଏ ଓ କାହିଁକି ସେଠାରେ ଫିଙ୍ଗିଲା, ତାହା ସ୍ପଷ୍ଟ ହୋଇନାହିଁ । ମହାମାରୀ କରୋନା ପାଇଁ ଲୋକଙ୍କ ମନ ଭିତରେ ଏପରି ଭୟ ସୃଷ୍ଟି ହୋଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.