ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ:ପ୍ରଣବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁ ବାବୁ ଓଡ଼ିଶାର ବିକାଶ ଅନେକ କିଛି କରିଛନ୍ତି । ନିଜର ସାରା ଜୀବନକୁ ସେ ରାଜ୍ୟର ବିକାଶ ପାଇଁ ନିୟୋଜିତ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାକୁ ବିକାଶ ପଥରେ ଆହୁରି ଆଗେଇ ନେବାକୁ ହେବ । ଏ ନେଇ ଯୁବ ଓ ମହିଳାମାନଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ।ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ସମାରୋହ ପାଳନ କରାଯାଇଥିଲା । ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଦଳୀୟ ନେତା ଓ କର୍ମକର୍ତ୍ତା । ସାଂଗଠନିକ ସମ୍ପାଦକ ପ୍ରବଣଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା ସଭା । ଏହି ଅବସରରେ ସେ କହିଲେ, ବିଜୁ ବାବୁ ଥିଲେ ନିର୍ଭିକ । ପାରାଦୀପରେ ବୃହତ ବନ୍ଦର ସ୍ଥାପନାରେ ତାଙ୍କ ଅବଦାନକୁ ଓଡ଼ିଆ ଜାତି କେବେ ଭୁଲିପାରିବ ନାହିଁ । କେନ୍ଦ୍ର ସହାୟତା ମିଳିବା ଆଗରୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହା ଓଡ଼ିଆ ଜାତିର ଲଢ଼ୁଆ ମନୋବୃତ୍ତିର ପରିଚୟ ଦେଇଥିଲା । ବିଜୁ ବାବୁଙ୍କ ଆଦର୍ଶରେ ଆମକୁ ରାଜ୍ୟର ସେବା ପାଇଁ ଦିନରାତି କାମ କରିବାକୁ ହେବ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କହିଲେ, କଟକରୁ ପେଶୱାର ସାଇକେଲ ଯାତ୍ରା କରିଥିଲେ ବିଜୁ ବାବୁ । ରାଜ୍ୟକୁ ଅର୍ଥନୈତିକ ସ୍ୱାଧୀନତା ଦାବି ଉଠାଇଥିଲେ । ଖଣିଜ ସମ୍ପଦରେ ଭରପୁର ରାଜ୍ୟ କେନ୍ଦ୍ର ଆଗରେ ଭିକ୍ଷା ଥାଳି ଧରି ଆଣ୍ଠୁ ମାଡ଼ି ବସିପାରିବ ନାହିଁ ବୋଲି ସେ କହିଥିଲେ । ଏଥିରୁ ତାଙ୍କ ଦୁଃସାହସିକ ବ୍ୟକ୍ତିତ୍ୱ ସ୍ପଷ୍ଟ ଜଣାପଡେ଼ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ମୁନ୍ନା ଖାଁ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ପ୍ରସନ୍ନ ପାଟ୍ଟଶାଣୀ, ଅରୁପ ପଟ୍ଟନାୟକ, ବରିÂ ନେତା ରବି ସାମଲ, ପ୍ରିୟଦର୍ଶୀ ମିଶ୍ର, ଅମରେଶ ଜେନା, କୁନ ବିହାରୀ ଦାଶ, ସୁବାସ ଚନ୍ଦ୍ର ପାତ୍ର, ବିରଞ୍ଚି ନାରାୟଣ ମହାସୁପକାର, ନବ କିଶୋର ବେହେରା, ରଣଜିତ ମହାପାତ୍ର, ଦୁର୍ଗା ସାମନ୍ତରାୟ, ଅମରଜିତ ସେନାପତି, ସୁଲତା ଦେଓ, ସୁଲୋଚନା ଦାସ, ସୁମିତ୍ରା ଜେନା, ଭାରତୀ ସିଂ, ସମରେଶ ବେଉରା, ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଥର ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ସୁଦାମ ସ୍ୱାଇଁ ଓ ସମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ବିଜେଡି କର୍ମକର୍ତ୍ତାମାନେ ମହିଳା ଓ ଶିଶୁ ବିଭାଗରେ ଫଳ ବଣ୍ଟନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons