ବିଜୁଳି କାଟରୁ ବଚସା: ୩ ସିଆରପିଏଫ୍ ଯବାନଙ୍କ ସମେତ ୪ ଗିରଫ

Get real time updates directly on you device, subscribe now.

ରାଉରକେଲା, (ବି.ବି.ନୁ୍ୟଜ୍): ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ବିଜୁଳି କାଟକୁ ନେଇ ହୋଇଥିବା ବଚସା ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ସିଆରପିଏଫ୍ ଯବାନ ଅଛନ୍ତି । ଗତ ମେ’ ୨୯ ତାରିଖରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଦୀର୍ଘ ସମୟ ଧରି ଲାଇନ୍ କାଟ ହୋଇଥିଲା । ଘରେ ଲାଇନ୍ ନଥିବାରୁ ଉତ୍ତେକ୍ତ ହୋଇ ୩ ଜଣ ଯବାନ ଓ ଜଣେ ରେଳବାଇ କର୍ମଚାରୀ ଏଆରଏମ୍ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଇଲେକଟ୍ରିକାଲ ଡିଭିଜନାଲ ମୁଖ୍ୟଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଏନେଇ ଉଭୟ ଅଧିକାରୀ ଥାନାରେ ଅଭେିଯାଗ କରିଥିଲେ । ଏନେଇ ଉଭୟ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଗତ ରାତିରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅପରପକ୍ଷେ ଗିରପ ଜଣେ ଯବାନଙ୍କ ସମ୍ପର୍କୀୟ ଏଆରଏମ୍ ଓ ଇଲେକଟ୍ରିକାଲ ଡିଭିଜନାଲ ମୁଖ୍ୟଙ୍କ ନାଁରେ ଥାନାରେ ଏତଲା ଦେଇଥିବା ଜଣାଯାଇଛି । ପୋଲିସ ଏହରା ବି ଖୋଳତାଡ଼କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons