ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପୂର୍ବରୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ପଞ୍ଚାୟତିରାଜ ଅନୁÂାନକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ପଞ୍ଚାୟତିରାଜ ବିଭାଗକୁ ଅଧିକ କ୍ଷମତା ହସ୍ତାନ୍ତର ହେବ । ସରକାରୀ ଓ ଅନୁଦାନପ୍ରାପ୍ତ ପ୍ରାଥମିକ ସ୍କୁଲ, ହାଇସ୍କୁଲ କୋଠା ସହ ମେଡିକାଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ କାମ ଏଣିକି କରିବ ପଞ୍ଚାୟତିରାଜ କରିବ । ସେହିଭଳି ପ୍ରାଣୀସମ୍ପଦକେନ୍ଦ୍ର ସହ ଅଙ୍ଗନବାଡ଼ି କେନ୍ଦ୍ରର ମରାମତି ଓ ରକ୍ଷଣାବେକ୍ଷଣ କାମ ମଧ୍ୟ ପଞ୍ଚାୟତିରାଜ ବିଭାଗ କରିବ । ଏଥିପାଇଁ ଅନ୍ୟ ବିଭାଗ ନିକଟରେ ଥିବା ସମ୍ପତ୍ତି ଓ କ୍ଷମତାକୁ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯିବ । ଆଜି ଏ ନିଷ୍ପତ୍ତିରେ ମୋହର ମାରିଛି କ୍ୟାବିନେଟ୍ । ୫ମ ରାଜ୍ୟ ଅର୍ଥ କମିଶନ ଏବଂ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ପାଣ୍ଠିକୁ ଠିକଣା ଭାବେ ବିନିଯୋଗ କରିବାକୁ ଆଖିରେ ରଖି କ୍ୟାବିନେଟ୍ ଏ ନିଷ୍ପତ୍ତିକୁ ଅନୁମୋଦନ କରିଛି । ପଞ୍ଚାୟତିରାଜ ଦିବସ ପୂର୍ବରୁ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଏ ଭେଟି ଦେଇଛନ୍ତି ସରକାର ।
ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା । ବିଧାନସଭା ଅଧିବେଶନ କାରଣରୁ କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ବିଧିବଦ୍ଧ ଭାବେ ସୂଚନା ଦିଆଯାଇ ନାହିଁ । ମାତ୍ର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ କ୍ୟାବିନେଟ୍ ୮ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁÂାନକୁ ଅଧିକ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଣୀ ସମ୍ପଦସହ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିକଟରେ ଥିବା କ୍ଷମତା ଏଣିକି ପଞ୍ଚାୟତିରାଜ ବିଭାଗ ଉପଭୋଗ କରିବ । ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁÂାନଗୁଡ଼ିକ ଅଧିକ ଲୋକାଭିମୁଖୀ ହେବା ସହ ଜନସାଧାରଣଙ୍କୁ ଦକ୍ଷତାର ସହ ଉନ୍ନତ ମାନର ସେବା ଯୋଗାଇବାରେ ସଫଳ ହେବ ।
କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲ, ପ୍ରାଣୀଧନ କେନ୍ଦ୍ର, ଏଏନଏମ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ମିନି ଅଙ୍ଗନବାଡ଼ି କେନ୍ଦ୍ରର ମରାମତି ଓ ରକ୍ଷଣାବେକ୍ଷଣ କାମ ଗ୍ରାମପଞ୍ଚାୟତ କରିବ । ଏହାଛଡ଼ା ଶୌଚାଳୟ, ପାନୀୟ ଜଳ, ଖେଳ ପଡ଼ିଆ, ଶିଶୁ ଉଦ୍ୟାନ ଆଦି କାମ ପଞ୍ଚାୟତ ଦେଖିବ । ଆବଶ୍ୟକସ୍ଥଳେ ରାଜ୍ୟ ଓ କେନ୍ଦ୍ର ଅନୁଦାନ ସହ ମନରେଗା ପାଣ୍ଠିକୁ ମଧ୍ୟ ପଞ୍ଚାୟତ ଏକତ୍ର ବ୍ୟବହାର କରିପାରିବ । ‘ବସୁଧା’ ଓ ‘ଜଳ ଜୀବନ ମିଶନ’କୁ ମଧ୍ୟ ପଞ୍ଚାୟତ କାର୍ଯ୍ୟକାରୀ କରିବ । ପଞ୍ଚାୟତସ୍ତରରେ ଶିକ୍ଷା ଓ ସ୍ୱାସ୍ଥ୍ୟର ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ରାଜ୍ୟ କ୍ୟାବିନେଟ୍ ଏ ନିଷ୍ପତ୍ତି ନେଇଛି । ଗ୍ରାମପଞ୍ଚାୟତଗୁଡ଼ିକ ଏଣିକି ଜନସାଧାରଙ୍କ ଆବଶ୍ୟକତା ଅନୁସାରେ ତ୍ୱରିତ ପଦକ୍ଷେପ ନେଇପାରିବେ ।
ସେହିଭଳି ପଞ୍ଚାୟତ ସମିତିକୁ ମଧ୍ୟ କ୍ଷମତା ମିଳିଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ, ମରାମତି ଓ ରକ୍ଷଣାବେକ୍ଷଣ ଏଣିକି ବ୍ଲକ କରିବ । ପ୍ରତି ପଞ୍ଚାୟତରେ ଅତି କମରେ ଗୋଟିଏ ହାଇସ୍କୁଲକୁ ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ିବାକୁ ସମସ୍ତ ପ୍ରକାର ଆଧୁନିକୀକରଣ କାମ ହାତକୁ ନିଆଯିବ । ସ୍ମାର୍ଟ କ୍ଲାସରୁମ୍, ଶୌଚାଳୟ, ସ୍କୁଲ ଉଦ୍ୟାନ ଓ ଖେଳ ପଡ଼ିଆର ଉନ୍ନତି କରିବ ବ୍ଲକ । ଡାକ୍ତରଖାନାରେ ରୋଗୀ ପ୍ରତୀକ୍ଷାଳୟ, ବାହ୍ୟ ଆଲୋକୀକରଣ, ଶୌଚାଳୟ କାମ ମଧ୍ୟ ବ୍ଳକ ଉପରେ ନ୍ୟସ୍ତ ରହିବ । ଏହି କାର୍ଯ୍ୟଗୁଡ଼ିକ ପାଇଁ ଯଦି ପାଣ୍ଠି ନିଅଣ୍ଟ ପଡେ଼ ତେବେ ବିଧାୟକ ଓ ସାଂସଦଉନ୍ନୟନ ପାଣ୍ଠି, ମନରେଗା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦକିମ୍ବା କେବିକେ ପାଣ୍ଠିକୁ ଏକତ୍ର ବିନିଯୋଗ କରିବାକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି ।
ଜିଲ୍ଲା ପରିଷଦମଧ୍ୟ ଏଣିକି ଅଧିକ କ୍ଷମତା ଉପଭୋଗ କରିବ । ସରକାରୀ ହେଉ ଅବା ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (୍ମ୨ ସ୍କୁଲ), ସଦରମହକୁମା ଓ ଉପଖଣ୍ଡ ଚିକିତ୍ସାଳୟ ମରାମତି ଓ ରକ୍ଷଣାବେକ୍ଷଣ ସହ ରୋଗୀ ପ୍ରତୀକ୍ଷାଳୟ ନିର୍ମାଣ, ପରିମଳ, ବାହ୍ୟ ଆଲୋକୀକରଣ, ପାନୀୟ ଜଳ ଯୋଗାଣ କାମ ପରିଷଦମାଧ୍ୟମରେ କରାଯିବ । ସବୁଜ ବଳୟ ସୃଷ୍ଟି କରିବାକୁ ପରିଷଦନିଜେ ପାଣ୍ଠି ଖର୍ଚ୍ଚ କରିପାରିବ । ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁÂାନକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ କାମ ମଧ୍ୟ ଏଣିକି ପଞ୍ଚାୟତିରାଜ ସଂସ୍ଥା କରିବେ ।
ରାଜ୍ୟରେ ଜାତୀୟ ଓ ଆନ୍ତର୍ଜାତିକ ସଂସ୍ଥା ସ୍କୁଲ ଓ ହସ୍ପିଟାଲ ନିର୍ମାଣ କରିବାକୁ ଆମନ୍ତ୍ରଣ କରିବେ ସରକାର । ଏଥିପାଇଁ ଜମିଠାରୁ ଆରମ୍ଭ କରି ଆବଶ୍ୟକ ସୁବିଧା ଓ ସୁଯୋଗ ରାଜ୍ୟ ସରକାର ଯୋଗାଇଦେବେ । ଏ ନିଷ୍ପତ୍ତିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାଦ୍ୱାରା ଆଗକୁ ରାଜ୍ୟରେ ଜାତୀୟସ୍ତରର ନୂଆ ହସ୍ପିଟାଲ ଓ ଶିକ୍ଷାନୁÂାନ ଖୋଲିବାର ବାଟ ଫିଟିଛି । ଆଜି କ୍ୟାବିନେଟରେ ଜଳସମ୍ପଦବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କେନାଲ ଲାଇନିଂ ଆଣ୍ଡ ସିଷ୍ଟମ ରିହାବିଲଟିସସ କାର୍ଯ୍ୟକ୍ରମ, ଡ୍ରେନ ଉନ୍ନତୀକରଣ କାର୍ଯ୍ୟକ୍ରମ ସହ ଜଳସମ୍ପଦଭିତ୍ତିଭୂମି କାର୍ଯ୍ୟକ୍ରମରେ ପ୍ରକଳ୍ପ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ରାଜ୍ୟରେ ଅଚଳ ହୋଇ ପଡ଼ି ରହିଥିବା ଉଠା ଜଳସେଚନ ପଏଣ୍ଟକୁ ପୁନରୁଦ୍ଧାର କରି କାର୍ଯ୍ୟକାରୀ କରିବା ନେଇ ଟେଣ୍ଡର ମଧ୍ୟ ଅନୁମୋଦନ ପାଇଛି । ଜଳ ସଂରକ୍ଷଣ ଓ ବ୍ୟବହାର କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ‘ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର’ ନିର୍ମାଣ ପାଇଁ ବଜେଟରେ ସରକାର ୧୦୯୨ କୋଟି ବରାଦକରିଥିଲେ । ଏଥିପାଇଁ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଥିବା ସୂଚନା ମିଳିଛି । ରାଜ୍ୟ ହଜ କମିଟିକୁ ଷ୍ଟାମ୍ପଡୁ୍ୟଟି ଛାଡ଼ କରିବାକୁ ମଧ୍ୟ ହଁ ମାରିଛି କ୍ୟାବିନେଟ୍ ।
Comments are closed, but trackbacks and pingbacks are open.