ବିଜୁ ବାବୁ ଥିଲେ କୋଟି କିମ୍ବଦନ୍ତୀ ପୁରୁଷ: ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁ ପଟ୍ଟନାୟକ ନିଜ ଜୀବନକାଳରେ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଥିଲେ । ଏପରିକି ତାଙ୍କ ମୃତୁ୍ୟ ପରେ ବି ସେ କିମ୍ବଦନ୍ତୀ ରହିଛନ୍ତି । ବାସ୍ତବରେ ସେ ଜଣେ କୋଟି କିମ୍ବଦନ୍ତୀ ପୁରୁଷ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏଭଳି ମନ୍ତବ୍ୟ ଦେଇଛନ୍ତି ।
କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଓ କ୍ରିଏଟିଭ୍ ହାଉସ୍ ପକ୍ଷରୁ ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ କମିକ୍ ପୁସ୍ତକ ‘ଆଡ୍ଭେଞ୍ଚର ଅଫ୍ ଏ ଡେୟାରଡେଭିଲ୍ ଡେମୋକ୍ରାଟ୍’କୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଏକଥା କହିଛନ୍ତି । ସେ କହିଛନ୍ତି, ବିଜୁ ବାବୁଙ୍କ ୧୦୪ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଥିବା ବେଳେ ଲୋକମାନେ ବେଶ୍ ଶ୍ରଦ୍ଧା, ପ୍ରେମ ଓ ପ୍ରଶଂସାରେ ତାଙ୍କର ସ୍ମୃତି ଚାରଣ କରୁଛନ୍ତି ।
ଅନେକ ଲୋକ ନିଜ ନିଜ ଦୃଷ୍ଟିକୋଣରୁ ତାଙ୍କ ସମ୍ପର୍କରେ ବର୍ଣ୍ଣନା କରୁଛନ୍ତି ଓ ତାଙ୍କ ଜୀବନରୁ ବିଭିନ୍ନ ଦିଗକୁ ଦେଖାଉଛନ୍ତି । ଇଣ୍ଡୋନେସିଆର ନେତାଙ୍କୁ ଉଦ୍ଧାର କରିବା ଘଟଣାରୁ ତାଙ୍କ ଦୁଃସାହସିକତାର ପ୍ରମାଣ ମିଳେ । ଯୁଦ୍ଧ ମିସନରେ ତାଙ୍କ ଅଂଶଗ୍ରହଣରୁ ଦେଶଭକ୍ତି ଦେଖିବାକୁ ମିଳିଛି । ସର୍ବନିମ୍ନ ମଜୁରିକୁ ଏକକାଳୀନ ଦୁଇଗୁଣା କରିବା ପ୍ରସଙ୍ଗରୁ ଗରିବଙ୍କ ପ୍ରତି ତାଙ୍କ ଦରଦପଣିଆ ଜଣାପଡେ଼ ବୋଲି ନବୀନ କହିଛନ୍ତି ।
ସେ କହିଛନ୍ତି, ରୟାଲ ଏୟାର ଫୋର୍ସର ପାଇଲଟ୍ ହୋଇଥିବା ସତ୍ତେ୍ୱ ସ୍ୱାଧୀନତା ସଂଗ୍ରାମ ବେଳେ ବିଜୁ ବାବୁ ଅରୁଣା ଅସଫ୍ ଅଲ୍ଲୀ, ରାମ ମନୋହର ଲୋହିଆ ଭଳି ଜାତୀୟତାବାଦୀ ନେତାଙ୍କୁ ସହାୟତା କରିଥିଲେ ଓ ସେମାନଙ୍କୁ ବିମାନ ଜରିଆରେ ନିରାପଦ ସ୍ଥାନରେ ପହଞ୍ଚାଇଥିଲେ । ସେ ଜଣେ ପ୍ରକୃତ ଜାତୀୟତାବାଦୀ ନେତା ଥିଲେ, ଯିଏକି ପାକିସ୍ତାନ ବିରୋଧରେ ଭାରତର ଯୁଦ୍ଧ ସମୟରେ କାଶ୍ମୀର ଅପରେସନ ଉଦ୍ଧାର କାର୍ଯ୍ୟରେ ପ୍ରଥମ ବ୍ୟକ୍ତି ଭାବେ ଶ୍ରୀନଗର ପହଞ୍ଚିଥିଲେ ।
ବିଜୁ ପଟ୍ଟନାୟକଙ୍କ ପାଇଁ ଓଡ଼ିଶାର ବିକାଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା । ସେ ଆଉ କିଛି ବି ଚିନ୍ତା କରୁ ନଥିଲେ । ସେ ସବୁବେଳେ ତାଙ୍କ ନିଜ ଓଡ଼ିଶାକୁ ଯଥାଶୀଘ୍ର ଶୀର୍ଷରେ ଦେଖିବାକୁ ଚାହୁଁଥିଲେ ବୋଲି ନବୀନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ କମିକ୍ ବୁକ୍, ଯାହାକି ବିଜୁ ବାବୁଙ୍କ ଜୀବନ ଓ କାର୍ଯ୍ୟ ସମ୍ପର୍କରେ ପ୍ରକାଶିତ ହୋଇଥିବା ଫାଷ୍ଟ-ଅଫ୍-ଇଟ୍ସ-କାଇଣ୍ଡ ପୁସ୍ତକ । ଏହି ପୁସ୍ତକରେ ବିଜୁ ବାବୁଙ୍କ ସମ୍ପର୍କରେ ଚିତ୍ରକୈନ୍ଦ୍ରୀକ ବାସ୍ତବିକ ବୀରତ୍ୱର କାହାଣୀ ନିଶ୍ଚିତ ଭାବେ ପିଲାମାନଙ୍କୁ ଭଲ ଲାଗିବ । ପିଲାମାନେ ଏହି ପୁସ୍ତକ ଦ୍ୱାରା ପ୍ରେରିତ ଓ ପ୍ରୋତ୍ସାହିତ ହୋଇ ବିଜୁ ବାବୁଙ୍କ ପଦାଙ୍କ ଅନୁସରଣ କରି ସମାନ ପ୍ରତିଶ୍ରୁତିବଦ୍ଧତା ଓ ସାହସର ସହ ମାତୃଭୂମିର ସେବା ପାଇଁ କାର୍ଯ୍ୟ କରିବେ ।
ଓଡ଼ିଶା ବହୁ ପ୍ରଶଂସିତ ନେତା ବିଜୁ ପଟ୍ଟନାୟକଙ୍କୁ ମନେ ପକାଇବା ଉଦେ୍ଧଶ୍ୟରେ ‘ଆଡ୍ଭେଞ୍ଚର୍ସ ଅଫ୍ ଏ ଡେୟାରଡେଭିଲ୍ ଡେମୋକ୍ରାଟ୍’ ହେଉଛି ଏଭଳି ଏକ ପ୍ରୟାସ । ଆଜି ଏହି ପୁସ୍ତକକୁ ଉନ୍ମୋଚନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଏଥିପାଇଁ ମୁଁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଓ କ୍ରିଏଟିଭ୍ ୱେରହାଉସ୍କୁ ଧନ୍ୟବାଦ ଜଣାଉଛି ବୋଲି ନବୀନ କହିଛନ୍ତି ।
ଆଡ୍ଭେଞ୍ଚର୍ସ ଅଫ୍ ଦି ଡେୟାରଡେଭିଲ୍ ଡେମୋକ୍ରାଟ୍ ପୁସ୍ତକ ଉନ୍ମୋଚନ ଉତ୍ସବରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜୁ ବାବୁ ମୋର ରାଜନୈତିକ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲେ । ତାଙ୍କ ଭଳି ଚରିତ୍ର ଅତି ବିରଳ । ସେ ହିଁ ମୋତେ ନିର୍ବାଚନ ଲଢ଼ିବାକୁ ପ୍ରବର୍ତ୍ତାଇଥିଲେ । ସାରା ଦେଶରେ ସେ ଜଣେ ଶ୍ରେÂ ଗଣତନ୍ତ୍ରବାଦୀ ଥିଲେ । ଆଜି ଯେଉଁ ପୁସ୍ତିକା ଉନ୍ମୋଚନ ହୋଇଛି, ତାହାର ନାମକରଣ ବେଶ୍ ଯଥାର୍ଥ । ସେ ନିଶ୍ଚିତ ଭାବେ ଦୁଃସାହସୀ ଥିଲେ, ଏହା ସହ ଜଣେ ଶ୍ରେÂ ଗଣତନ୍ତ୍ରବାଦୀ ମଧ୍ୟ ଥିଲେ । ତାଙ୍କ ସମୟରେ ଓଡ଼ିଶାକୁ ଦିଲ୍ଲୀରେ ଲୋକମାନେ ଜଗନ୍ନାଥ ଧାମ ପୁରୀ ଓ ବିଜୁ ବାବୁଙ୍କ ରାଜ୍ୟ ଭାବେ ଜାଣୁଥିଲେ ।
ନରସିଂହ କହିଛନ୍ତି, ଦୁର୍ଭାଗ୍ୟ ଯେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରି ନଥିଲେ । କିନ୍ତୁ ତାଙ୍କୁ ଏଯାଏଁ ଭାରତ ରତ୍ନ ନ ମିଳିବା ସବୁଠୁ ଦୁର୍ଭାଗ୍ୟର ବିଷୟ । ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ଆମେ ଅନେକ ଥର ଦାବି କରିଛୁ ଓ ଏହାକୁ ପୁନଶ୍ଚ ଦୋହରାଉଛୁ ।
ବିଜୁ ବାବୁଙ୍କ ଭଳି କାର୍ଯ୍ୟଶୈଳୀ, ବ୍ୟକ୍ତିତ୍ୱ, ଗରିବ ଲୋକଙ୍କ ପ୍ରତି ଦରଦ ଦେଶର ବହୁ କମ୍ ଲୋକଙ୍କ ପାଖରେ ରହିଛି । ସେ ଏକାଥରକେ ମଜୁରିକୁ ୧୧ ଟଙ୍କାରୁ ୨୫ ଟଙ୍କାକୁ ବଢ଼ାଇ ଦେଇଥିଲେ । ଯାହାକି ଗରିବ ଲୋକଙ୍କ ପ୍ରତି ତାଙ୍କର ରହିଥିବା ଦରଦୀପଣିଆକୁ ପ୍ରମାଣିତ କରୁଛି । ଆଜି ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଁ ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ହୋଇ ଓଡ଼ିଶାର ବିକାଶ ପାଇଁ କାମ କରିବାକୁ ଆହ୍ୱାନ ଦେଉଛି । ରାଜନୈତିକ ଶତ୍ରୁତା ସତ୍ତେ୍ୱ ଓଡ଼ିଶାର ବିକାଶ ପାଇଁ ଏକାଠି କାମ କଲେ, ଏହା ବିଜୁ ବାବୁଙ୍କ ପାଇଁ ଓଡ଼ିଶାବାସୀଙ୍କ ଶେଷ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ବିଜେପିର ବରିÂ ନେତା ତଥା ପୂର୍ବତନ ମନ୍ତ୍ରୀ କେଭି ସିଂହଦେଓ କହିଥିଲେ, ମୁଁ ପିଲା ଦିନେ ବିଜୁ ବାବୁଙ୍କୁ ଘୃଣା କରୁଥିଲି । କାରଣ ସେ ବହୁ ସମୟରେ ମୋ ଜେଜେବାପାଙ୍କୁ ହଇରାଣ କରୁଥିଲେ । ହେଲେ ମୋତେ ଜେଜେବାପା କହୁଥିଲେ, ବିଜୁ ବାବୁ ମୋର ରାଜନୈତିକ ଶତ୍ରୁ ହୋଇଥାଇପାରନ୍ତି କିନ୍ତୁ ଜଣେ ଭଲ ବନ୍ଧୁ ମଧ୍ୟ । କିନ୍ତୁ ଯେତେବେଳେ ଜେଜେ ବାପାଙ୍କର ମୃତୁ୍ୟ ହୋଇଥିଲା, ସେତେବେଳେ ଜଣେ ୬୦ ବର୍ଷର ଡେଙ୍ଗା ବ୍ୟକ୍ତି ଏକ ଟ୍ରକ୍ରେ ସଜାଇ ଭୁବନେଶ୍ୱରରୁ ବଲାଙ୍ଗୀର ୩୬୦ କିଲୋମିଟର ନିଜେ ଗାଡ଼ି ଚଳାଇ ଜେଜେବାପାଙ୍କୁ ଆଣିଥିଲେ । ସେ ବିଜୁ ବାବୁ ହିଁ ଥିଲେ ।
ଅନ୍ୟ ଏକ ଘଟଣାର ଉଦାହରଣ ଦେଇ ଶ୍ରୀ ସିଂହଦେଓ କହିଥିଲେ, ୧୯୯୨ରେ ଓଡ଼ିଶାରେ ଜଣେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମୁଁ ତ+ାଳୀନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଥିଲି । ସେତେବେଳେ ବିଜୁ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାଆନ୍ତି । ପ୍ରଧାନମନ୍ତ୍ରୀ ବିଜୁ ବାବୁଙ୍କୁ ଫୋନ୍ କରି ଏ ସମ୍ପର୍କରେ ପଚାରିଥିଲେ । ମୁଁ ଅଭିଯୋଗ କରିଥିଲି ବୋଲି ସେ ବିଜୁ ପଟ୍ଟନାୟକଙ୍କୁ ଜଣାଇବାରୁ ମୋତେ ତାଙ୍କ ପାଖକୁ ପଠାଇବାକୁ କହିଥିଲେ । ମୁଁ ଓ ମୋ ସ୍ତ୍ରୀ ତାଙ୍କୁ ଆସି ଭେଟିଥିଲୁ । ସେ ଆମକୁ ଜଳଖିଆ ଖାଇବାକୁ ଦେଇଥିଲେ ଓ କହିଥିଲେ, ମୁଁ ତୁମକୁ ଜେଲ୍ରେ ଭର୍ତ୍ତି କରିବି । ପରେ ମୁଁ ସେଠାରୁ ଆସିବା ପରେ ମୋତେ ଗିରଫ କରାଯାଇଥିଲା ଓ ମୁଁ ୨୧ ଦିନ ଜେଲ୍ରେ ରହିଥିଲି । ଜେଲ୍ରୁ ବାହାରିବା ପରେ ମୁଁ ତାଙ୍କ ବିରୋଧରେ ଲଢ଼ିବାକୁ ଆହ୍ୱାନ ଦେବାକୁ ତାଙ୍କ ନିକଟକୁ ଯାଇଥିଲି । ସେ ମୋତେ ଦେଖିବା ମାତ୍ରେ ତାଙ୍କୁ ଧନ୍ୟବାଦ ଜଣାଇବାକୁ କହିଥିଲି । ମୁଁ କିଛି ବୁଝିବା ପୂର୍ବରୁ ସେ କହିଥିଲେ, ତୁମକୁ ପୂର୍ବରୁ କେହି ଚିହ୍ନି ନ ଥିଲେ । କିନ୍ତୁ ଜେଲ୍ରୁ ବାହାରିବା ପରେ ଏବେ ତମେ ନେତା ବନିଯାଇଛ । ବିଜୁ ବାବୁ ଏଭଳି ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ବରିÂ ବିଜେପି ନେତା କହିଥିଲେ ।
ଏ ଅବସରରେ ବିଶିÂ ସ୍ୱାଧୀନତା ସଂଗ୍ରାମୀ ତଥା କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ କହିଥିଲେ, ଗୋପବନ୍ଧୁ ବିଜୁ ବାବୁଙ୍କୁ କହିଥିଲେ ଯେ ତୁମେ ଦିନେ ବଡ଼ ମଣିଷ ହେବ । ଏହାକୁ ବିଜୁ ବାବୁ ତାଙ୍କ ଜୀବନରେ ପ୍ରମାଣିତ କରିଥିଲେ । ବିଜୁ ବାବୁଙ୍କ ସହ ନିଜ ଜୀବନର ଅନ୍ୟ ଏକ ସ୍ମୃତିକୁ ମନେପକାଇ ଶ୍ରୀ ପଟ୍ଟନାୟକ କହିଥିଲେ, ଗୋଟେ ସମୟରେ ସେ ଓ ବିଜୁ ବାବୁ ଜେଲ୍ରେ ଥିଲେ । ଏହି ସମୟରେ ସେମାନେ ଏକାଠି ଭଲିବଲ୍ ଖେଳୁଥିଲେ । ବିଜୁ ବାବୁ ବେଶ୍ ସ୍ନେହୀ ଥିଲେ ଓ ଜେଲ୍ରୁ ବାହାରିବା ପରେ ତାଙ୍କୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜେଲ୍ରୁ ବାହାରିବା ପରେ ବିଜୁ ବାବୁ ତାଙ୍କୁ ନିଜ କଥା ରଖି ଅନେକ କ୍ଷେତ୍ରରେ ସହାୟତା କରିଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons