ଭୁବନେଶ୍ବର: ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ୮ ଦିନିଆ ରକ୍ତଦାନ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ରକ୍ତଦାନ ଶିବିରକୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଉଦଘାଟନ କରିଥିଲେ। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ତତ୍ତ୍ଵବଧାନରେ ଯୁବ ବିଜେଡ଼ି ରାଜ୍ୟ କାର୍ୟ୍ୟକାରୀ ସଭାପତି ବୈକୁଣ୍ଠ ନାୟକ ଏବଂ ରାଜ୍ୟ ଉପସଭାପତି ଶ୍ରୀ ସୁନିଲ ମହାନ୍ତିଙ୍କ ନେତୃତ୍ବରେ ଆଜି ୮ମ ଦିନରେ ୧୦୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଓଡିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ସୁଶାନ୍ତ ରାଉତ, ଜିଲ୍ଲା ସଭାପତି ବିନୟ ଟପ୍ପୋ, ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ବିଜେଡି ଯୁବନେତା ରୁଦ୍ର ମହାରଥୀ, ବିଜେଡି ସମ୍ପାଦକ ରୁଦ୍ର ସାମନ୍ତରାୟ ସୁନ୍ଦରଗଡ଼ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.