ବିଜୁ ଯୁବ ବାହିନୀ ବନ୍ଦ

Get real time updates directly on you device, subscribe now.

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀ ବନ୍ଦ କରାଯାଇଛି । ଚଳିତ ବର୍ଷ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ରଖାଯାଇ ନାହିଁ । ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ପ୍ରଦାନ କରିଛନ୍ତି । ଚଳିତ ବଜେଟରେ ବିଜୁ ଯୁବ ବାହିନୀ ପାଇଁ କୌଣସି ଅର୍ଥ ବ୍ୟବସ୍ଥା ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତମାନ କାର୍ୟ୍ୟକ୍ଷମ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏବେ କୌଣସି ଜାଗାରେ ବିଜୁ ଯୁବ ବାହିନୀ ଦ୍ୱାରା କିଛି କାର୍ୟ୍ୟ କରାଯାଉନି ବୋଲି ସେ କହିଛନ୍ତି ।
ପୂର୍ବରୁ କ୍ୟାବିନେଟରେ ବିଜୁ ଯୁବ ବାହିନୀ ଗଠନ ନେଇ ନିଷ୍ପତ୍ତି ହୋଇଥିଲା । ଏହା ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ରଖିଥିବା ୧୫ରୁ ୩୫ ବର୍ଷର ଯୁବକ ଯୁବତୀ ଙ୍କୁ ବଛାଯିବ ଓ ବିଜୁ ଯୁବ ବାହିନୀରେ ସାମିଲ କରାଯିବା ସହ ଏହି ସ୍କିମରେ ୨ ଲକ୍ଷ ଯୁବକ ଯୁବତୀଙ୍କୁ ସରକାର ଗ୍ରାମ ଓ ସହରାଞ୍ଚଳରେ ସେବା କାର୍ୟ୍ୟରେ ଲଗାଇବେ ବୋଲି ସେତେବେଳେ ଘୋଷଣା ହୋଇଥିଲା । ସରକାର ଏମାନଙ୍କୁ ପ୍ରୋତ୍ସାହନ ଦେହା ଉଦ୍ଦେଶ୍ୟରେ କରିଥିଲେ । ମାତ୍ର ଏବେ ଏବା ବନ୍ଦ ହେବାକୁ ଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons