ବିଜେଡିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

Get real time updates directly on you device, subscribe now.

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ଅବସରରେ ରାଜ୍ୟ ସଭାରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସେ ଏନ୍‌ସିପି ଓ ବିଜେଡିକୁ ପ୍ରଶଂସା କରିଛନ୍ତି । ସଂସଦରେ ଏହି ଦୁଇ ଦଳର ସଦସ୍ୟଙ୍କ ବ୍ୟବହାରକୁ ସେ ପ୍ରଶଂସା କରିଛନ୍ତି। ଏମାନଙ୍କ ଠାରୁ ଅନ୍ୟ ଦଳ ଏପରିକି ତାଙ୍କ ଦଳର ସଦସ୍ୟମାନଙ୍କୁ ଅନେକ କିଛି ଶିଖିବାର ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।ଏହି ଦୁଇ ଦଳ ସଂସଦର କାର୍ୟ୍ୟରେ କେବେବି ବ୍ୟାଘାତ ସୃଷ୍ଟି କରିବାକୁ ଗୃହର ମଧ୍ୟ ଭାଗକୁ ଆସି ନାହାନ୍ତି । ତେବେ ବି ନିଜ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ସଠିକ୍‌ ଭାବେ ଉପସ୍ଥାପନ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ବିଜେଡି ଓ ଏନ୍‌ସିପ ଦଳ ସଂସଦୀୟ ଆଇନକୁ ବେଶ୍‌ ଭଲ ଭାବରେ ପାଳନ କରିଛନ୍ତି ବୋଲି ମୋଦୀ ଅଭିଭାଷଣରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons