ବିଜେଡିର ବରିଷ୍ଠ ନେତା ସୁବାସ ଚୌହ୍ବାନଙ୍କ ଦେହାନ୍ତ

Get real time updates directly on you device, subscribe now.

ଭୁବନେଶ୍ବର : ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାସ ଚୌହ୍ବାନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ଲିଭର କ୍ୟାନସରରେ ପୀଡିତ ଥିଲେ ସୁବାସ ଚୌହାନ । ଅସୁସ୍ଥତା ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ମଧ୍ୟ ଥିଲେ ସୁବାସ ଚୌହ୍ବାନ ।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ସୁବାସ ଚୌହ୍ବାନ । ୨୦୧୪ରେ ବରଗଡରୁ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ । କିନ୍ତୁ ଚଳିତ ଥର ଦଳୀୟ ଟିକେଟ୍‌ ପାଇବାରୁ ସେ ବଞ୍ଚିତ ହୋଇଥିଲେ । ଯାହା ଫଳରେ ବିଜେପି ସହ ଥିବା ୩୦ବର୍ଷର ସଂପର୍କ ତୁଟାଇ ସେ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ୧୯୬୬ ମସିହାରେ ବରଗଡରେ ଜନ୍ମଗ୍ରହଣ କରିଥିଲେ ସୁବାସ ଚୌହାନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons