ଭୁବନେଶ୍ବର: ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ବ । ବିଜେଡିର ସାଂଗଠନିକ ସଂପାଦକ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ଦାୟିତ୍ବ । ବିଜୁ ଜୟନ୍ତୀ ଅବସରରେ ଗୁରୁବାର ବିଜେଡି କାର୍ୟ୍ୟାଳୟରେ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।
ପ୍ରଣବ ୨୦୧୮ ଉପ ନିର୍ବାଚନ, ୨୦୧୯ ସାଧାରଣ ଓ ଉପ ନିର୍ବାଚନରେ କଠିନ ପରିଶ୍ରମ କରିଛନ୍ତି । ସଫଳତାର ସହ ଦଳକୁ ଆଗକୁ ନେବାରେ ସେ ସାହାଯ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଗତ ବିଜେପୁର ଓ ପାଟକୁରା ଉପନିର୍ବାଚନ ସମୟରେ ମଧ୍ୟ ପ୍ରଣବଙ୍କ ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ ରହିଥିଲା । ତେଣୁ ତାଙ୍କୁ ବିଜେଡିର ସାଂଗଠନିକ ସଂପାଦକ ପଦ ତଥା ଗୁରୁଦାୟିତ୍ବ ପାଇଁ ମନୋନୀତ କରାଗଲା ବୋଲି ନବୀନ ପ୍ରତିକ୍ରିୟା ଦେଇଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଯାଜପୁର ରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।
Comments are closed, but trackbacks and pingbacks are open.