ବିଜେଡିର ୨୦ ବର୍ଷର ଶାସନ, ଓଡ଼ିଶାର ହୋଇନି ବିକାଶ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରେ): ବିଜେଡି ଆସନ୍ତାକାଲି ୨୩ ତମ ପ୍ରତିÂା ଦିବସ ପାଳନ କରିବାକୁ ଯାଉଛି । ବିଜେଡି ଗଠନଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ଶାସନ କ୍ଷମତାରେ ରହିଆସିଛି । ହେଲେ ଓଡ଼ିଶା ଏହି ଲମ୍ବା ସମୟରେ ବିକାଶର ସମସ୍ତ ମାପଦଣ୍ଡରେ ଆଗେଇବା ବଦଳରେ ପଛେଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି । ବିଜେଡି ସରକାର ଅମଳରେ ଓଡ଼ିଶାର ବିକାଶ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ୧୧୦ ପିଏଚ୍ସି ଓ ସିଏଚ୍ସିରେ ଡାକ୍ତର ନାହାନ୍ତି । ଏହା କ’ଣ ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟସେବାର ନମୁନା? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେତେ ଜଣ ହିତାଧିକାରୀଙ୍କୁ ଉବଲବ୍ଧ ହୋଇଛି ? ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ‘କାଳିଆ’ ଯୋଜନା ଘୋଷଣା କରିଥିଲେ । କିନ୍ତୁ ଭୋଟ ପାଇଁ ଜିତିଲା ପରେ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ‘କାଳିଆ’ର ପ୍ରଥମ କିସ୍ତି ପାଇ ନଥିବା ଆଉ ୨୪ ଲକ୍ଷ ଚାଷୀ କେବେ କାଳିଆ ଟଙ୍କା ପାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ଦୀର୍ଘ ୨୦ ବର୍ଷ ଶାସନ ପରେ ବି ରାଜ୍ୟର ସମସ୍ତ ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗାଇ ପାରିଲେ ନାହିଁ । ସରକାର ନାରୀ ସୁରକ୍ଷା କଥା କହୁଥିବା ବେଳେ କେବେ ମହିଳା ବିରୋଧୀ ଆଇନ ରାଜ୍ୟରେ ଲାଗୁ କରିବେ, କେବେ ସବୁ ଜିଲ୍ଲାରେ ମହିଳା ଥାନା ପ୍ରତିÂା କରିବେ ତାହା ସ୍ପଷ୍ଟ କରନ୍ତୁ । ନାରୀ ଧର୍ଷଣରେ ଓଡ଼ିଶା ରେକର୍ଡ ପ୍ରତିÂା କରିଛି । ଆଜି ବି ଶୁଦ୍ଧ ପାନୀୟ ଜଳ ମୁନେ୍ଦ ପାଇବାରୁ ଲକ୍ଷ ଲକ୍ଷ ଲୋକ ବଂଚିତ ଅଛନ୍ତି ।
ସେ ଅଭିଯୋଗ କରିଛନ୍ତି, ବାତ୍ୟା ଫୋନି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ସରକାର ୫୦୦୦ କୋଟି ସହାୟତା ଯୋଗାଇଛନ୍ତି । ଶାସକ ବିଜେଡି ଯୋଗ୍ୟ ହିତାଧିକାରୀକୁ ବଂଚିତ କରି ଅଯୋଗ୍ୟ ପ୍ରଭାବଶାଳୀ ବ୍ୟକ୍ତିକୁ ଦଳୀୟ ଆଧାରରେ ସହାୟତା ଯୋଗାଇ ଦିଆଯାଇଛି । ଜାଗା ମିଶନ ପାଇଁ ପୁରସ୍କାର ପାଇଥିବା ରାଜ୍ୟ ସରକାର ପ୍ରକୃତରେ କେତେ ଲୋକଙ୍କୁ ଜାଗା ଅଧିକାର ଦେଇଛି? ଆଳୁ, ପିଆଜ, ଅଣ୍ଡା, ମାଛ ଉତ୍ପାଦନରେ ରାଜ୍ୟ ସ୍ୱୟଂ ସଂପୂର୍ଣ୍ଣ କେବେ ହେବ? କୃଷି ସମବାୟ ବ୍ୟାଙ୍କ, ସହରି ସମବାୟ ବ୍ୟାଙ୍କଗୁଡ଼ିକ ବନ୍ଦ ହେବା ପଛରେ ସରକାରଙ୍କ ଅପାରଗତା ଓ ଦୁର୍ନୀତି ମୁଖ୍ୟ କାରଣ । ଚିଟ୍ଫଣ୍ଡ ଜମାକାରୀଙ୍କୁ ପଇସା କେବେ ଫେରସ୍ତ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons