କୋରାପୁଟ:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଦର୍ଶାଇ ଶୁକ୍ରବାର ଏଠାରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଏ ସମ୍ପର୍କରେ ବିଡିଓ ଯଦୁମଣି ନାୟକଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦଳ ଦାବି କରିଛି । ଆବାସ ଯୋଜନାରେ କେନ୍ଦ୍ର ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ହେଁ ରାଜ୍ୟ ସରକାର ଏହାର ସଦୁପଯୋଗ କରୁ ନଥିବା ଦଳ ଅଭିଯୋଗ କରିଛି । ଆଗାମୀ ଦିନରେ ବ୍ଲକରେ ହୋଇଥିବା ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆ ନଗଲେ ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।
କୋରାପୁଟ ଜିଲ୍ଲା ବିଜେପି ଉପସଭାପତି ନକୁଳ ବିଶୋୟୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ନାରାୟଣପାଟଣା ମଣ୍ଡଳ ସଭାପତି ସଞ୍ଜୟ ବିଡିକା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ମଣ୍ଡଳ ପ୍ରଭାରୀ ମଙ୍ଗଳମଣି ତୁରୁକ, ତଲଗୁମଣ୍ଡି ପଞ୍ଚାୟତ ପ୍ରଭାରୀ ଚକ୍ର ତାଡିଙ୍ଗ, ବାଳିପେଟା ପଞ୍ଚାୟତ ସଭାପତି ମୋଲିକ ମେଲେକା, ନାରାୟଣପାଟଣା ପଞ୍ଚାୟତ ସଭାପତି ଏ କୁମାର ସେଠୀ, ପାଲାପୁଟ ବୁଥ ସଭାପତି ବଂଶୀଧର ମୁଦୁଲି, ବ୍ଲକ ଉପସଭାପତି ନନ୍ଦ ହୁଇକା, ଉପେନ୍ଦ୍ର ମିଣିଆକା ଓ ୩୦ ରୁ ଅଧିକ କର୍ମୀ ସାମିଲ ହୋଇଥିଲେ । କିଛି ସମୟ ପର୍ଯ୍ୟନ୍ତ କର୍ମୀମାନେ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ କିଛି କାର୍ଡ ଓ ପୋଷ୍ଟର ଚିରିଥିଲେ । ପରେ ଦଳର ଏକ ବୈଠକ କରାଯାଇଥିଲା । ଆଗାମୀ ଦିନରେ ଅଞ୍ଚଳରେ ଦଳକୁ କିପରି ଅଧିକରୁ ଅଧିକ ମଜବୁତ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ନିଜ ଅଞ୍ଚଳର ସମସ୍ୟାଗୁଡିକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ସମସ୍ତେ ଚେଷ୍ଟା କରିବା ନେଇ ପରାମର୍ଶ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଦର୍ଶାଇ ଶୁକ୍ରବାର ଏଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ କର୍ମୀମାନେ ନାନା ନାରାବାଜି କରିବା ସହ ବ୍ଲକ ଘେରାଉ କରିଛନ୍ତି । ପରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦୁର୍ନୀତିର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦଳ ଦାବି କରିଛି ।
ଦଳୀୟ ଯୁବନେତା ମନୋଜ ସାହୁ ଏହାର ନେତୃତ୍ୱ ନେଇଥିଲେ । ବହୁ ସଂଖ୍ୟାରେ କର୍ମୀ ହାତରେ ଦଳୀୟ ପତାକା ଧରି ପ୍ରଥମେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଛକରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ । ଏଠାରେ ବିକ୍ଷୋଭ କରିବା ସହ ରାଜ୍ୟ ସରକାରଙ୍କ ନୀତିକୁ ଘୋର ନିନ୍ଦା କରାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ ଲକ୍ଷରୁ ଅଧିକ ଗରିବ ଲୋକଙ୍କୁ କେନ୍ଦ୍ର ସରକାର ଆବାସ ଯୋଗାଇ ଦେଇଥିଲେ ହେଁ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି । ଅଯୋଗ୍ୟଙ୍କୁ ଏହି ଆବାସ ମିଳିଯାଉଛି । ରାଜ୍ୟ ସରକାରଙ୍କ ସରକାରୀ ଅଧିକାରୀମାନେ ଭିତିରିଆ ସଲସୁତରା କରି ବ୍ୟାପକ ହେରଫେର୍ କରାଯାଉଛି । ଏପରିସ୍ଥଳେ, ଦୁର୍ନୀତିରେ ଲିପ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁÂାନ ସହ ପ୍ରକୃତ ହିତାଧିକରୀଙ୍କୁ ଆବାସ ଯୋଗାଇ ଦେବାକୁ ଦଳ ଦାବି କରିଛି । ବିକ୍ଷୋଭ ପରେ ଏକ ଦାବିପତ୍ର ବିଡିଓ ଶ୍ରୀ ରଥଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂର୍ଣ୍ଣିମା ନାୟକଙ୍କ ସହ ଲକ୍ଷ୍ମୀପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁମୁଦ ଚନ୍ଦ୍ର ସାଉନ୍ତା, ଲକ୍ଷ୍ମୀପୁର ମଣ୍ଡଳ ଉପସଭାପତି ଅନନ୍ତ ହୁଇକା, କାକିରିଗୁମ୍ମା ମଣ୍ଡଳ ସଭାପତି ଶର୍ମ ହିକକା, କାକିରିଗୁମ୍ମା ମଣ୍ଡଳ ସାଧାରଣ ସମ୍ପାଦକ ଉଦୟ ହିକକା, ଅଜୟ ଖରା, ତୈଳ ପ୍ରାସ୍କା ପ୍ରମୁଖ ଉପସ୍ଥିତ ଥିଲେ । ଘେରାଉରେ ୧୩ ଟି ପଞ୍ଚାୟତର ଦଳୀୟ କର୍ମୀ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛଭାରତ ମିଶନର ପାଇଖାନା ଓ ଗୁହାଳ ଘର ଯେଜନାରେ ଅନିନୟମିତତା ଅଭିଯୋଗ କରି ଆଜି ସ୍ଥାନୀୟ ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି । ମଣ୍ଡଳ ସଭାପତି ବଳରାମ ଚପାଡିଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବସଷ୍ଟାଣ୍ଡରୁ ଏକ ରାଲିରେ ବାହାରି ନଗର ପରିକ୍ରମା କରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା । ପରେ ରାଜ୍ୟପାଳଙ୍କ ଉଦେ୍ଧ୍ୟଶରେ ଏବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସରାୟଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିÂ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପ୍ରତାପ ଚୌଧୁରୀ, ଜିଲ୍ଲା ପ୍ରଭାରୀ ବଳରାମ ବାରିକ, ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ଯୁବ ସଭାପତି ରଞ୍ଜିତ ପାଣିଗ୍ରାହୀ, ଟି.ଗୋପାଳ ରାଓ, ପୂର୍ଣ୍ଣ ବାଙ୍କା, ଭଗବାନ ଗଲୋରୀ, ତ୍ରିନାଥ ବେହେରା, ମହେଶ୍ୱର ମଣ୍ଡଳ, ରାଲେଗଡା ସରପଞ୍ଚ ତ୍ରିନାଥ କୋଟା, ଡମ୍ବରୁ ଦଳପତି, ଗେମେଲ ଚିନା, ରମେଶ ତାମାଲ, ନଗେଶ ତାମାଲ, ଡିପାଲି ପାଣ୍ଡାନା, ସୁବରୀ ଗେମେଲ, ଧନୁର୍ଜୟ ଶିଶା, ତାମାଲ ବାବୁରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଦର୍ଶାଇ ଶୁକ୍ରବାର ଏଠାରେ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାକୁ ନେଇ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଦଳ ପକ୍ଷରୁ କୁହାଯାଇଛି, ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ଲକରେ କୋଟିକୋଟି ଟଙ୍କାର ଆବାସ ଯୋଜନାରେ ଦୁର୍ନୀତି ହୋଇଛି । ଏପରିକି ମିଥ୍ୟା ଜିଓ ଟ୍ୟାଗ କରି ପ୍ରକୃତ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଅନେକ ଗୃହ ଅସମ୍ପୂର୍ଣ୍ଣ ରହିଥିଲେ ହେଁ ସେଗୁଡିକୁ ସମ୍ପୂର୍ଣ୍ଣ ଦର୍ଶାଇ ମିଥ୍ୟା ବିଲ୍ କରାଯାଇଛି । ୨୦୨୦ ଫେବ୍ରୁଆରୀରେ କେନ୍ଦ୍ରୀୟ ଟିମ୍ ନିଜ ତଦନ୍ତ ରିପୋର୍ଟରେ ଏହା ଦର୍ଶାଇଛନ୍ତି । ଏପରିସ୍ଥଳେ, ଦୁର୍ନୀତିର ତଦନ୍ତ କରାଯାଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।
ଦଳୀୟ ନେତା ଗୌତମ ସାମନ୍ତରାୟ ଏହାର ନେତୃତ୍ୱ ନେଇଥିଲେ । ବ୍ଲକ ମଣ୍ଡଳ ସଭାପତି ରାଜ ସିଂ, ନାଗୁ ଦୋରାଙ୍କ ସହ ଶଶାହାଣ୍ଡି ଓ କୁମୁଲି ମଣ୍ଡଳର ରାଜା ରାଓ, ସୁଶାନ୍ତ ନାୟକ, ଗୌରାଙ୍ଗ ଷଡଙ୍ଗୀ, ଗୌରୀଶଙ୍କର ଦାଶ, ମହିଳା ମୋର୍ଚ୍ଚା ସଦସ୍ୟା ଏଥିରେ ସାମିଲ ହୋଇଥିଲେ । ଘଟଣାର ତଦନ୍ତ କରାଯିବ ବୋଲି ବିଡିଓ ପ୍ରଣୟ ରଞ୍ଜନ ବେହେରା କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଦର୍ଶାଇ ଶୁକ୍ରବାର ନନ୍ଦପୁର ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାକୁ ନେଇ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଦଳ ପକ୍ଷରୁ ଏକ ଦାବିପତ୍ର ବିଡିଓ ରଜନୀକାନ୍ତ ଦାସଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରତିବାଦ ସଭାକୁ ନନ୍ଦପୁର ମଣ୍ଡଳ ସଭାପତି ଜୟରାମ ଭୋଇ, ପାଡ଼ୁଆ ମଣ୍ଡଳ ସଭାପତି ସୁଦର୍ଶନ ପାଙ୍ଗି ପରିଚାଳନା କରିଥିଲେ । ଜିଲ୍ଲା ପ୍ରଭାରୀ ଜୟରାମ ଗରଡ଼ା, ସରୋଜ ମିଶ୍ର, ଭଗବାନ ମୁଦୁଲି, ଗଣେଶ ଖିଲ, ରମେଶ ଖେମୁଣ୍ଡୁ, ରାଜୁ ପାଙ୍ଗିଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.