କୋଲକାତା: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶବ୍ୟାପୀ ଆନେ୍ଦାଳନ ଜୋର୍ ଧରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଆଇନକୁ ଜୋରଦାର ବିରୋଧ କରିଛନ୍ତି । ହେଲେ ମମତାଙ୍କ ନେତୃତ୍ୱରେ ରାଜ୍ୟର ଆଇନ ପରିସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରାଯାଉଛି ବୋଲି କେନ୍ଦ୍ର ସରକାରଙ୍କ ଅଭିଯୋଗକୁ ମମତା ଖଣ୍ଡନ କରିଛନ୍ତି । ବିଜେପିର କର୍ମୀମାନେ ହିଁ ଲୁଙ୍ଗି ପିନ୍ଧି ହିଂସା ବଢ଼ାଉଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି । କହିଛନ୍ତି, ମୁର୍ଶିଦାବାଦରେ ହିଂସା ସମୟରେ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନେ ସମସ୍ତେ ବିଜେପିର କର୍ମୀ ଥିଲେ । ଯେଉଁମାନେ ଲୁଙ୍ଗି ଆଉ ଟୋପି ପିନ୍ଧି ପୁଲିସ ଉପରକୁ ପଥର ଫିଙ୍ଗୁ ଥିଲେ । ରାଜ୍ୟର ଛବି ଖରାପ କରିବା ପାଇଁ ଏସବୁ ବିଜେପିର ଚକ୍ରାନ୍ତ ବୋଲି ମମତା ଅଭିଯୋଗ କରିଛନ୍ତି ।
ସିଏଏ ଏବଂ ଏନ୍ଆର୍ସିକୁ ନେଇ ଜାତିସଂଘ ଦ୍ୱାରା ମତ ସଂଗ୍ରହ କରାଯାଉ ବୋଲି ମମତା ଦାବି କରିଥିଲେ । ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯିବାରୁ ମମତା ଏନେଇ ସଫେଇ ଦେଇଛନ୍ତି । କହିଛନ୍ତି, ସିଏଏ ଓ ଏନ୍ଆର୍ସି ବାବଦରେ ଜନତାଙ୍କ ମତ ସଂଗ୍ରହ କରାଯିବା ମୋର ଉଦେ୍ଧଶ୍ୟ ଥିଲା । ଜାତିସଂଘ ଏବଂ ମାନବାଧିକାର ଆୟୋଗ ନିରପେକ୍ଷ ସଂଗଠନ ହୋଇଥିବାରୁ ମତ ସଂଗ୍ରହ ପାଇଁ ମୁଁ ଜାତିସଂଘର ଉଦାହରଣ ଦେଇଥିଲି । ଲୋକ ଏସବୁକୁ କେଉଁ ଭଳି ଭାବେ ଗ୍ରହଣ କରୁଛନ୍ତି ଏହା ତାଙ୍କ ଉପରେ ନିର୍ଭର କରେ ।
ବିଜେପି ମିଛ ଭିଡିଓ ଜାରି କରି ତାଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରି ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରୁଥିବା ମମତା ଅଭିଯୋଗ କରିଥିଲେ । ଏନ୍ଆ୍ରସି ଏବଂ ସିଏଏକୁ ନେଇ ରାଜ୍ୟର ସମସ୍ତ ଉପମଣ୍ଡଳର ମୁଖ୍ୟ କାର୍ଯ୍ୟାଳୟରେ ଡିସେମ୍ବର ୨୩ ତାରିଖରେ ବୈଠକ ଅନୁÂିତ ହେବ ବୋଲି ମଧ୍ୟ ମମତା ଘୋଷଣା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନରେ ରହିଥିବା ବ୍ୟବସ୍ଥା ମୁତାବକ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଚାଲିଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ପାର୍ସି ଏବଂ ଶିଖ୍ ଧର୍ମର ଲୋକମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ୨୦୧୪ ପୂର୍ବରୁ ଥିବା ଏହି ଧର୍ମର ଲୋକମାନେ ବିନା ପ୍ରମାଣପତ୍ରରେ ବି ଭାରତର ନାଗରିକତା ହାସଲ କରିପାରିବେ । ପଶ୍ଚିମବଙ୍ଗ, ଦିଲ୍ଲୀ, ଆସାମ, ଉତ୍ତରପ୍ରଦେଶ ସମେତ ଅଧିକାଂଶ ରାଜ୍ୟରେ ଏହା ବିରୋଧରେ ଆନେ୍ଦାଳନ ଜାରି ରହିଛି ।
Comments are closed, but trackbacks and pingbacks are open.