କୋରାପୁଟ: କୋରାପୁଟ ଚନ୍ଦନ ପୋଖରୀ ନିକଟ ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ସରକାରୀ ବାସଭବନ ପରିସରରେ ବିଜେପି ପକ୍ଷରୁ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅନୁÂିତ ହୋଇଯାଇଛି । କୋରାପୁଟ ମଣ୍ଡଳ ସଭାପତି ବିଜୟକୁମାର ଦଳେଇଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ବିଜୟକୁମାର ମିଶ୍ର, କୋରାପୁଟ ନିର୍ବାଚନ ମଣ୍ଡଳୀ ବିଜେପି ପୂର୍ବତନ ବିଧାୟକ ପ୍ରାର୍ଥୀ ତ୍ରିପୁରାରୀ ଗରଡ଼ା, ଅଶ୍ୱିନୀ ପଟ୍ଟନାୟକ, ଡ଼ି.ଶ୍ରୀଦେବୀ. ଡ଼ି.ରାମା ରାଓ, ଅମରେନ୍ଦ୍ର ସେଠୀ, ଶେଖର ପଟ୍ଟନାୟକ, ଅଖିଳ ମଲ୍ଲିକ ପ୍ରମୁଖଙ୍କ ସହିତ ଦଳର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବଳିଦାନ ଦିବସରେ ଶ୍ୟାମା ପ୍ରସାଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଏହି ସାମୂହିକ କାର୍ଯ୍ୟକ୍ରମ ଚାଲୁରହିବ । ଏଥିରେ ବନୀକରଣ୍ୟାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । କୋରାପୁଟ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ବଳିଦାନ ଦିବସ ପାଳନ କରାଯାଇଥିଲା ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.