ବିଜେପି ପକ୍ଷରୁ ସେବା ଦିବସ ପାଳିତ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ବିଧାନସଭା ବିକ୍ରମପୁର ମଣ୍ଡଳ ଅନ୍ତର୍ଗତ କୁସୁମିଠାରେ ଏନ୍ଡିଏ ସରକାରଙ୍କ ୭ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ସେବା ଦିବସ ପାଳିତ ହୋଇଛି । ନବରଙ୍ଗପୁର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନବରଙ୍ଗପୁର ଜିଲ୍ଲାର ୨୬ଟି ଗ୍ରାମୀଣ ମଣ୍ଡଳ ଓ ୨ଟି ନଗର ମଣ୍ଡଳରେ ସମସ୍ତ ଶକ୍ତିକେନ୍ଦ୍ରରେ କାଢ଼ା, ଫଳ ଓ ମାସ୍କ୍ ବଣ୍ଟନ କରାଯାଇଥିଲା । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, କରୋନା ବେଳେ ସମସ୍ତେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଅତି ଆବଶ୍ୟକ ନ ହେଲେ ଘରୁ ନ ବାହାରିବା, ନିୟମିତ ସଫାସୁତୁରା ରହିବା, କୌଣସି ଲକ୍ଷଣ ଦେଖାଦେବା ମାତ୍ରେ ପରୀକ୍ଷା କରାଇନେବା ସହ ଟିକା ଗ୍ରହଣ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons