ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓବିସି ସଂରକ୍ଷଣକୁ ନେଇ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସବୁବେଳେ ମିଛ କୁହନ୍ତି । ସେ ଜଣେ ଅଭ୍ୟାସଗତ ମିଛୁଆ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ପୀତାମ୍ବର ଯେଉଁ ସ୍ତରକୁ ଯାଇ ମନ୍ତବ୍ୟ ଦେଇଛନ୍ତି ତାହାକୁ ନିନ୍ଦା କରିଛି ବିଜେଡି । ଏମିତି ମିଛ କହିଲେ ପୀତାମ୍ବର କୌଣସି ପବ୍ଲିକ ଲାଇଫକୁ ଆସିପାରିବେ ନାହିଁ ବୋଲି ଲେନିନ୍ କହିଛନ୍ତି । ନିର୍ବାଚନ ଆସିଲେ ବିଜେପି ଏମିତି ଅଭ୍ୟାସଗତ ମିଛୁଆଙ୍କୁ ବ୍ୟବହାର କରିଥାଏ । ଓଡ଼ିଶାବାସୀ ଏଭଳି ମିଛୁଆଙ୍କ ଷଡଯନ୍ତ୍ରକୁ ବୁଝି ସାରିଲେଣି । ସେଥିପାଇଁ ଓଡ଼ିଶାବାସୀ ସେମାନଙ୍କୁ ଜବାବ ଦେଉଛନ୍ତି । ନିର୍ବାଚନ ଆସିଲେ ପୀତାମ୍ବର ବାବୁଙ୍କ ଦେଖା ମିଳେ ଆଉ ନିର୍ବାଚନ ସରିଗଲେ କୁଆଡେ ଉଭେଇ ଯାଆନ୍ତି ପିତାମ୍ବର ବାବୁ । ସବୁ ପ୍ରତିଶ୍ରୁତି ନିର୍ବାଚନ ପରେ ପାଣିର ଗାର ପାଲଟେ ବୋଲି କହିଛନ୍ତି ଲେନିନ୍ ମହାନ୍ତି । ତାଙ୍କର ଏଭଳି ମିଛୁଆ ବ୍ୟବହାର ପାଇଁ ଲୋକ ତାଙ୍କୁ ଭଲ ପାଉନାହାଁନ୍ତି । ଓବିସି କ୍ଷେତ୍ରରେ ବୈପ୍ଲବିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯାହା ପ୍ରଶଂସା ଦେଶବାସୀ କରିଛନ୍ତି ବୋଲି ଲେନିନ୍ ମହାନ୍ତି କହିଛନ୍ତି ।


Comments are closed, but trackbacks and pingbacks are open.