ବିଜେପି ରାଜ୍ୟ ଯୁବ ମୋର୍ଚ୍ଚାର ସଦସ୍ୟତା ଅଭିଯାନ କର୍ମଶାଳା

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ବିଜେପି ରାଜ୍ୟ ଯୁବ ମୋର୍ଚ୍ଚାର ସଦସ୍ୟତା ଅଭିଯାନ କର୍ମଶାଳା ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ରାଷ୍ଟ୍ରୀୟ ଉପସଭାପତି ତଥା ସଦସ୍ୟତା ଅଭିଯାନର ପ୍ରମୁଖ ଅତୁଲ କୁମାର କହିଲେ, ଏହି ଅଭିଯାନରେ ସମାଜର ବିଭିନ୍ନ ବର୍ଗର ଯୁବପିଢ଼ିଙ୍କୁ ସଦସ୍ୟ କରି ବିଜେପିକୁ ସର୍ବବ୍ୟାପି- ସର୍ବସ୍ପର୍ଶୀ କରିବାର ଲକ୍ଷ୍ୟ ସ୍ଥିର କରାଯାଇଛି । ଗ୍ରାମରୁ ସହର ପର୍ଯ୍ୟନ୍ତ ଶ୍ରମିକଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀଙ୍କୁ ସଙ୍ଗଠନରେ ସହଭାଗିତା କରାଯିବ ।
ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ କର୍ମଶାଳାରେ ନେତୃତ୍ୱ କରି କହିଲେ, ବିଜେପିରେ ପ୍ରତି ୩ ବର୍ଷରେ ଥରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ହୋଇଥାଏ । ଚଳିତ ବର୍ଷ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ସଦସ୍ୟତା ଗ୍ରହଣ ହେଉଛି । ଏଥିସହ ‘୮୯୮୦୮-୦୮୦୮୦’ ନମ୍ବରରେ ମିସ୍ କଲ୍ ଦେଇ ସଦସ୍ୟତା ଗ୍ରହଣ କରିପାରିବେ । ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ ଜଣ ସଦସ୍ୟତା ନେଇପାରିବେ । ନରେନ୍ଦ୍ର ମୋଦି ଆପ୍କୁ ଯାଇ ମଧ୍ୟ ସାଧାରଣ ଲୋକ ସଦସ୍ୟତା ନେଇପାରିବେ । ଟୁଇଟର ଏବଂ ୱେବସାଇଟ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିହେବ । ଯେଉଁଠାରେ ମୋବାଇଲ ସେବା ଉପଲବ୍ଧ ନାହିଁ ସେଠାରେ ବ୍ୟକ୍ତିଗତ ଭାବରେ ସଦସ୍ୟତା ଫର୍ମ ପୂରଣ କରି ସଦସ୍ୟତା ଗ୍ରହଣ କରାଯାଇପାରିବ ।
ଏହି ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ସମସ୍ତ ପ୍ରମୁଖ ନେତୃବୃନ୍ଦ ସଦସ୍ୟତା ଗ୍ରହଣ ଅଭିଯାନରେ ସକ୍ରିୟ ସହଭାଗୀ ହେବାର ସଂକଳ୍ପ ନେଇଥିଲେ । ଆଗାମୀ ଦିନରେ ରାଜ୍ୟରେ ସମସ୍ତ ଯୁବକ ଯୁବତୀଙ୍କ ସହ ନୂତନ ଭୋଟରଙ୍କୁ ନେଇ ସଦସ୍ୟତା ଅଭିଯାନକୁ ଆହୁରି ସୁଦୃଢ କରାଯିବ ବୋଲି କର୍ମଶାଳାରେ ଆଲୋଚନା ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଓ ଯୁବ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ, ସଦସ୍ୟତା ସହପ୍ରଭାରୀ ଶାରଦା ପ୍ରସାଦ ଶତପଥୀ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons