ବିଜେପୁରରୁ ପ୍ରଦୀପ ପୁରୋହୀତ ହେବେ ବିଜେପି ପ୍ରାର୍ଥୀ !

Get real time updates directly on you device, subscribe now.

ଭୁବନେଶ୍ବର; ବିଜେପୁର ଉପନିର୍ବାଚନ ନେଇ ବିଗୁଲ ବାଜିନି । କିନ୍ତୁ ବିଜେପିରୁ କିଏ ପ୍ରାର୍ଥୀ ହେବ ତାକୁ ନଇେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ବିଜେପୁରରୁ ସାଧାରଣ ନିର୍ବାଚନ​‌ରେ ପ୍ରାର୍ଥୀ ହୋଇଥିବା ସନତ ଗଡତିଆ ନା ଆଉ କିଏ।
କିନ୍ତୁ ଏ ଚର୍ଚ୍ଚା ଭିତରକୁ ଲମ୍ପ ମାରିଛନ୍ତି ପ୍ରଦୀପ ପୁରୋହିତ । ପ୍ରଦୀପ ପୁ​‌ରୋହିତ କହିଛନ୍ତି ବିଜେପୁର ସେ ପ୍ରାର୍ଥୀ ହେବା ପାଇଁ ସେଠାକାର କର୍ମ କର୍ତ୍ତା ଚାହୁଛନ୍ତି । ଘର ଘାଇସିଲେଟ ହୋଇଥିବାରୁ ବିଜେପୁରରୁ ଠିଆ ହେଲେ ଭଲ ସମର୍ଥନ ମିଳିବ। କିନ୍ତୁ ପାର୍ଟି ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।
ସୂଚନାଯୋଗ୍ୟ ଯେ, ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଓ ବିଜେପୁର ଦୁଇଟି ଆସନରୁ ନିର୍ବାଚନ ଲଢି ଦୁଇଟିଯାକରୁ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତି ସମୟରେ ସେ ହିଂଜିଳି ଆସନ ରଖି ବିଜେପୁର ଆସନ ଛାଡିଥିଲେ । ଫଳରେ ସେଠାରେ ଆଗକୁ ଉପ ନିର୍ବାଚନ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons