ଭୁବନେଶ୍ବର: ବିଜେପୁର ଉପ ନିର୍ବାଚନ ନେଇ ସରଗରମ ହୋଇଛି ରାଜନୈତିକ ମାହୋଲ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ୪୦ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛି ବିଜେପି । ଏହି ତାଲିକାରେ ୩ଜଣ କେନ୍ଦ୍ରମନ୍ତ୍ରୀ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେପି ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ।
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ପ୍ରଚାର କରିବାକୁ ଆସିବେ । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଅକ୍ଟୋବର୧୪ ତାରିଖ ପରେ ସ୍ମୃତି ପ୍ରଚାର ପାଇଁ ବିଜେପୁର ଆସିବେ ।
ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଚଳିତ ଥର ବିଜେଡିର ‘ବି’ ଟିମ୍ ହୋଇ କାମ କରିବ କଂଗ୍ରେସ । ଗତ ଉପନିର୍ବାଚନରେ ଯେଉଁଭଳି ଭାବେ କଂଗ୍ରେସର ଭୋଟ୍ ବିଜେଡିକୁ ବିକ୍ରି ହୋଇଥିଲା, ଏଥର ମଧ୍ୟ ସେହିଭଳି ଭାବେ ବିଜେଡିକୁ ବିକ୍ରି ହେବ । ଏହା ପ୍ରାର୍ଥୀ ଚୟନରୁ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.