ବିଜ୍ଞାନକୁ ଲୋକାଭିମୁଖୀ କରିବାକୁ କଳିଙ୍ଗ ସମ୍ମାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁ ପଟ୍ଟନାୟକ ୩୪ ବର୍ଷ ବୟସରେ ୧୯୫୧ ମସିହାରେ କଳିଙ୍ଗ ପୁରସ୍କାର ଆରମ୍ଭ କରିଥିଲେ । ବିଶ୍ୱସ୍ତରରେ ବିଜ୍ଞାନକୁ ଲୋକାଭିମୁଖୀ କରିବା ଉଦେ୍ଧଶ୍ୟରେ ସେ ଏହା ପ୍ରତିÂା କରିଥିଲେ । ଆମେ ସମସ୍ତେ ତାଙ୍କର ଏହି ଚିନ୍ତାଧାରାକୁ ଅନୁସରଣ କରି ବିଜ୍ଞାନର ଦିଗକୁ ପ୍ରସାରିତ କରିବା । ଯାହାଦ୍ୱାରା ସାଧାରଣ ଲୋକ ବିଜ୍ଞାନ ଓ କାରିଗରୀ କୌଶଳର ସୁଫଳ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଆଜି ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଫିଜିକ୍ସରେ ଆୟୋଜିତ ଉତ୍ସବରେ ବିଜ୍ଞାନରେ ଲୋକପ୍ରିୟତା ପାଇଁ ୨୦୧୭ ମସିହାରେ ୟୁନେସ୍କୋ ପୁରସ୍କାରପ୍ରାପ୍ତ ବେଲଜିୟମ୍ର ଏରିକ୍ ଜାକୁ୍ୟମିନ୍ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇ କହିଲେ, ୨୫ ଦେଶର ୬୯ ଜଣ ବିଶିଷ୍ଟ ବୈଜ୍ଞାନିକ ଏବଂ ସାଇନ୍ସ କମୁ୍ୟନିକେଟର୍ଙ୍କୁ ୟୁନିସ୍କୋ କଳିଙ୍ଗ ପୁରସ୍କାର ଦିଆଯାଇଛି । ଏରିକ୍ ଜାକୁ୍ୟମିନ୍ ସେହି ବୈଜ୍ଞାନିକଙ୍କ ମଧ୍ୟରୁ ଅନ୍ୟତମ । ବିଜ୍ଞାନ କେନ୍ଦ୍ରକୁ ପରିଚାଳନା କରିବା ଏବଂ ବିଶ୍ୱସ୍ତରୀୟ ମୁ୍ୟଜିୟମ୍ ପ୍ରତିÂା କରିବାରେ ସେ ଜଣେ ଦକ୍ଷ ବୈଜ୍ଞାନିକ । ବିଜ୍ଞାନ ଓ କାରିଗରୀ ମୁ୍ୟଜିୟମ୍ ପ୍ରତି ତାଙ୍କର ଅବଦାନ ଓ ଅସାଧାରଣ ସୃଜନଶୀଳତା ପାଇଁ ସାରା ବିଶ୍ୱରେ ସେ ପରିଚିତ । ଅନ୍ୟମାନଙ୍କ ପାଇଁ ସେ ରୋଲ୍ ମଡେଲ୍ ।
ସମ୍ବର୍ଦ୍ଧନାର ସମାରୋହରେ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ଜ୍ଞାନ ହିଁ ପ୍ରତ୍ୟେକ ମଣିଷର ସବୁଠୁ ବଡ଼ ଶକ୍ତି । ଯଦି ଜ୍ଞାନ ନାହିଁ ତେବେ ଆମ ପାଖରେ କିଛି ନାହିଁ । ଆମକୁ ନିଜ ଜ୍ଞାନର ବିକାଶ କରିବାକୁ ପଡ଼ିବ । ଏହି ଅବସରରେ ମନ୍ତ୍ରୀ କହିଲେ, ସାଧାରଣ ଲୋକଙ୍କୁ ବିଜ୍ଞାନ ସହ ଯୋଡ଼ିବା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିÂା ହେବ । ସେହିପରି ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ଲାନେଟୋରିୟମ୍ ଥିବାବେଳେ ଆଉ ୪ଟି ପ୍ଲାନେଟୋରିୟମ୍ ପ୍ରତିÂା ହେବ । ଆସନ୍ତାବର୍ଷରୁ ପ୍ରତିବର୍ଷ ୩୦ ଜଣ ଶିକ୍ଷକ ବାଙ୍ଗୋଲର୍ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ ସାଇନ୍ସରେ ଯାଇ ରିଫ୍ରେସର୍ କୋର୍ସ କରିବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗ ଦେଇ ବିଜୁ ବାବୁ ଆରମ୍ଭ କରିଥିବା କଳିଙ୍ଗ ପୁରସ୍କାରକୁ ନେଇ ଆମ ସମସ୍ତଙ୍କୁ ଗର୍ବ କରିବା ଉଚିତ୍ ବୋଲି କହିଥିଲେ ।
ଉତ୍ସବରେ ଏରିକ୍ ଜାକୁ୍ୟମିନ୍ କହିଲେ, ବିଜ୍ଞାନ ହେଉଛି ମୋର ନିଶା । ସାଧାରଣ ଲୋକଙ୍କୁ ବିଜ୍ଞାନ ସହ ଯୋଡ଼ିବା ଓ ବିଜ୍ଞାନର ଉପାଦେୟତା ସେମାନଙ୍କ ପାଖରେ ପହଞ୍ଚାଇବା ହେଉଛି ମୋର ଲକ୍ଷ୍ୟ । ତେବେ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ପାଇଁ ଇନୋଭେସନ୍ ଆବଶ୍ୟକ । ଯେଉଁଠି ଇନୋଭେସନ୍ ନାହିଁ ସେଠାରେ କୌଣସି ପରିବର୍ତ୍ତନ ଓ ବିକାଶ ଆଣିବା ଅସମ୍ଭବ । ତେଣୁ ଆମେ ସମସ୍ତେ ନିଜ ସୃଜନଶୀଳତାର ବିକାଶ କରି କିଛି ନୂଆ କରିବାକୁ ପ୍ରୟାସ କରିବାକୁ ପଡ଼ିବ । ଯଦି ଆମେ ଏକାଠି କାର୍ଯ୍ୟ କରିବା ତେବେ ନିଶ୍ଚିତ ଭାବେ ଓଡ଼ିଶାକୁ ଶୀର୍ଷକୁ ନେଇପାରିବା ବୋଲି ସେ କହିଥିଲେ । ଏହା ସହ ରାଜ୍ୟରେ ପ୍ରତିÂା ହେବାକୁ ଥିବା ୧୦ ସାଇନ୍ସ ପାର୍କ ପାଇଁ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଇଜର୍ର ଡାଇରେକ୍ଟର ପ୍ରଫେସର ସୁଧାକର ପଣ୍ଡା, କଳିଙ୍ଗ ଫାଉଣ୍ଡେସନ୍ର ଟ୍ରଷ୍ଟି ପ୍ରଫୁଲ୍ଲ ସାମଲ ପ୍ରମୁଖ ଉପସ୍ଥିତ ରହି ନିଜର ମତ ରଖିଥିଲେ । କୋଷାଧ୍ୟକ୍ଷ ବିମଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons