ଜୟପୁର: ଆମ୍ବାଗୁଡାର ପ୍ରବେଶ ପଥରେ କଲଭର୍ଟ ଓ ଡ୍ରେନ ବ୍ୟବସ୍ଥା କରାଯାଉ । ଗ୍ରାମ୍ୟ ଉନ୍ନୟନ ବିଭାଗ, ବ୍ଲକ ପ୍ରଶାସନ ଓ ଜାତୀୟରାଜପଥ ବିଭାଗ ମିଳିତ ଭାବେ ସମସ୍ୟାର ସମାଧାନ କରନ୍ତୁ । ନହେଲେ ଆଗାମୀ ଦିନରେ ଦୋରଦାର ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି । ଆଜି ବିଡିଓ ସୁରଜ ପ;ନାୟକଙ୍କୁ ଏ ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଦଳୀୟ କର୍ମୀ । ଏହାର ନକଲ ଜାତୀୟରାଜପଥ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦେଇଛନ୍ତି ।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଆମ୍ବାଗୁଡା ଦେଇ ୨୬ ନମ୍ବର ଜାତୀୟରାଜପଥ ଯାଇଛି । ଆମ୍ବାଗୁଡାର ପ୍ରବେଶପଥରେ ପାଣି ନିଷ୍କାସନ ପାଇଁ କୌଣସି ପଦକ୍ଷେପ ନିଆଯାଇନି । ଚଳିତବର୍ଷ ଲଘୁଚାପ ବର୍ଷାରେ ରାସ୍ତା ଉପରେ ଅଣ୍ଟାଏ ଉଚ୍ଚରେ ପାଣି ଭର୍ତ୍ତି ହୋଇ ରହିଥିଲା । ଯାହାଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଜାମୁଣ୍ଡା, କଙ୍ଗା, ହାଡିଆ, ବଡଜିଉନା ପଞ୍ଚାୟତବାସୀ ନାହିଁନଥିବା ହଇରାଣ ହୋଇଥିଲେ । ଏହି ରାସ୍ତା ଦେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଆଇଟିଆଇ ଓ ଶିକ୍ଷାଅନୁÂାନକୁ ଯିବାଆସିବାରେ ସମସ୍ୟା ହୋଇଥିଲା । ଜାତୀୟରାଜପଥ ବିଭାଗ ନୂତନ ରାସ୍ତା ଓ ଡ୍ରେନ ନିର୍ମାଣ କରୁଛି । କିନ୍ତୁ ପ୍ରବେଶ ଦ୍ୱାରରେ କିପରି ପାଣି ନିଷ୍କାସନ ହେବ, ସେଥିପ୍ରତି ଦୃଷ୍ଟି ଦେଲାନି । ତୁରନ୍ତ ପ୍ରବେଶପଥରେ ନୂଆ କରି ରାସ୍ତା ସହ ଡ୍ରେନ ବ୍ୟବସ୍ଥା କରାଯାଉ । ଯଦି କୌଣସି ପଦକ୍ଷେପ ନିଆନଯାଏ, ଆଗାମୀ ଦିନରେ ଆମ୍ବାଗୁଡା ନିକଟରେ ଜାତୀୟରାଜପଥ ଅବରୋଧ କରାଯିବ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେପି କର୍ମୀ ବିପଦ ରଞ୍ଜନ ଦାସ, ଅମିତ କୁମାର ମହାନ୍ତି, ଅଜିତ କୁମାର ବୈରାଗୀ, ବିନୋଦ କୁମାର ଦାସ, ନବୀନ କୁମାର ଦାଶ, ମନିଷା ମୁଦୁଲି, ଗୋପି ବେବର୍ତ୍ତା, ଲକ୍ଷ୍ମୀନାରୟଣ ପାଢି,ଏଚ୍. ବିଜୟ, ସୁଜିତ୍ ରାୟ, ସନ୍ତୋଷ ପ;ନାୟକ, ସୁଶିଲ ହନ୍ତାଳ, ମଧୁସୂଦନ ମାଳି, ସାବିତ୍ରୀ ଗାଦବା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.