ଆଠଗଡ଼: ଲୁହା ୱେଲଡିଙ୍ଗ ଦୋକାନରେ କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ର ଦୋରଡ ଇଶ୍ୱରା ଛକରେ। ମୃତକଙ୍କ ନାଁ ସମ୍ବିତ କୁମାର ରାଉତ। ତାଙ୍କ ଘର ଚୁନୁପଦା ଗାଁରେ।ମିଳିଥିବା ସୂଚନା ଅନୁସାରେ, ଗତକାଲି ସମ୍ବିତ ଇଶ୍ୱରା ଦୋକାନରେ କାମ କରୁଥିଲେ। ଏହି ସମୟରେ କୌଣସି କାରଣବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ୍ ଆଘାତରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed, but trackbacks and pingbacks are open.