ବିଦୁ୍ୟତ୍ ଖୁଣ୍ଟରୁ ପଡ଼ି ଶ୍ରମିକ ମୃତ

Get real time updates directly on you device, subscribe now.

ଜୟପୁର: ବିଦୁ୍ୟତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ମୃତ ଯୁବକ ହେଲେ ପଶ୍ଚିମବଙ୍ଗର ଉତ୍ତମ ସରକାର(୨୧) । ସେ କୁନ୍ଦୁରା ବ୍ଲକ୍ରେ ରହି ଶ୍ରମିକ ଭାବେ କାମ କରୁଥିଲେ । ମୃତଦେହ ଜିଲ୍ଲା ହସ୍ପିଟାଲରେ ରଖାଯାଇଛି । ଏ ସମ୍ପର୍କରେ ଏକ ଅପମୃତୁ୍ୟ ମାମଲା କୁନ୍ଦୁରା ଥାନାରେ ରୁଜୁ କରାଯାଇଛି । ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଥିବା ଆଇଆଇସି ଅଶ୍ୱିନୀ ପ;ନାୟକ କହିଛନ୍ତି ।
ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ଉତ୍ତମ ଟାଟା ପାୱାର ସାଉଥ୍ ଓଡ଼ିଶା ଡିଷ୍ଟି୍ରବୁ୍ୟସନ୍ ଲିମିଟେଡ୍(ପୂର୍ବ ନାମ ସାଉଥ୍ କୋ.)ଅଧୀନରେ କାମ କରୁଥିଲେ । କମ୍ପାନି ପକ୍ଷରୁ କୁନ୍ଦୁରା ବ୍ଲକ୍ର ବାଗଦେରୀ ପାଖରେ ଲାଇନ୍ କାମ ଚାଲିଥିଲା । ଆଜି ପୂର୍ବାହ୍ନରେ ଉତ୍ତମ ବିଦୁ୍ୟତ୍ ଖୁଣ୍ଟରେ ଚଢ଼ି ଜମ୍ପର ବାନ୍ଧୁଥିଲେ । କ’ଣ ହେଲା କେଜାଣି ହଠାତ୍ ତଳକୁ ଖସି ପଡ଼ିଲେ । ଉପସ୍ଥିତ କର୍ମଚାରୀ ଏବଂ ସହକର୍ମୀ ତାଙ୍କୁ ଉଦ୍ଧାର କରି ପାଖରେ ଥିବା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେଠାରୁ ଗୁରୁତର ଅବସ୍ଥାରେ ଏକ ଆମ୍ବୁଲାନ୍ସରେ ଜିଲ୍ଲା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍ଗିନ୍ ଥିବାରୁ କୋରାପୁଟ ମେଡିକାଲ କଲେଜ ଏବଂ ହସ୍ପିଟାଲ୍କୁ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । କୋରାପୁଟ ସ୍ଥାନାନ୍ତର ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃ୍ତୁ୍ୟ ହୋଇଥିଲା । ଏସ୍ଆଇ ଶିବ ରଣବିଦା ମାମଲାର ଅନୁସନ୍ଧାନକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons