ବିଦୁ୍ୟତ୍ ବିଲ୍, ସ୍କୁଲ୍ ଫି’ ଛାଡ଼ ମାମଲା:କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): କରୋନା କାରଣରୁ ସବୁ ବର୍ଗର ଲୋକେ ନିଜର ଜୀବିକା ହରାଇଛନ୍ତି । ଗରିବ, ମଧ୍ୟବିତ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ମଧ୍ୟବିତ୍ତ ବର୍ଗର ଲୋକେ କୌଣସି ପ୍ରକାର ସହାୟତା ପାଉନାହାନ୍ତି । ତେଣୁ ଏଭଳି ଏକ ସମୟରେ ସମସ୍ତଙ୍କୁ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବା ଆବଶ୍ୟକ । ସେହିପରି ବର୍ତ୍ତମାନ ସମୟରେ କାହାରି ହାତରେ ରୋଜଗାର ନଥିବାରୁ ବିଦୁ୍ୟତ୍ ବିଲ୍ ଓ ସ୍କୁଲ୍ ଫି’ ଛାଡ଼ କରାଯାଉ ବୋଲି ନିବେଦନ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଛନ୍ତି । ପ୍ରହଲ୍ଲାଦ ରାଉତଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଏବଂ ବିଚାରପତି ଜଷ୍ଟିସ୍ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ, ଉଚ୍ଚଶିକ୍ଷା ସଚିବ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ସଚିବ, ଶକ୍ତି ବିଭାଗ ସଚିବ, ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର, ଓଡିଶା ବିଦୁ୍ୟତ୍ ନିୟାମକ ଆୟୋଗ (ଓଇଆର୍ସି), ରାଜ୍ୟର ସମସ୍ତ ବିଦୁ୍ୟତ୍ ବଣ୍ଟନ କମ୍ପାନୀଙ୍କୁ ଜବାବ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।
ଆବେଦନକାରୀ ଶ୍ରୀ ରାଉତ ତିନୋଟି ପ୍ରସଙ୍ଗକୁ ନେଇ ଏହି ପିଟିସନ୍ ଦାଖଲ କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି, ବର୍ତ୍ତମାନ ଯେଉଁମାନଙ୍କର ରାସନ୍ କାର୍ଡ ରହିଛି ସେମାନେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଉଛନ୍ତି । ସେମାନଙ୍କୁ କେବଳ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ମିଳୁଛି । କିନ୍ତୁ ଯଦି ବାସ୍ତବତା ଦେଖାଯାଏ, ମଧ୍ୟବିତ୍ତ ପରିବାର, କ୍ଷୁଦ୍ର ବ୍ୟବସାୟୀମାନେ କରୋନା ଦ୍ୱାରା ବହୁତ ଭାବେ ପ୍ରଭାବିତ । ସେମାନଙ୍କ କଥା ସରକାର ଚିନ୍ତା କରିବା ଦରକାର । ସମାଜର ଏହି ବର୍ଗର ଲୋକଙ୍କୁ ଅନ୍ତତଃ ପକ୍ଷେ ଏହି ଲକ୍ଡାଉନ୍ ସମୟ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଆବଶ୍ୟକ । କେନ୍ଦ୍ର ସରକାର ଏହିସବୁ ପରିବାରକୁ ଗ୍ୟାସ୍ ମଧ୍ୟ ଦେବା ଆବଶ୍ୟକ । ଘରୋଇ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ବିଦୁ୍ୟତ୍ ଦେୟ ଛାଡ଼ କରାଯିବା ଏବଂ ବ୍ୟାବସାୟିକ ବିଦୁ୍ୟତ୍ ସଂଯୋଗକାରୀଙ୍କ କ୍ଷେତ୍ରରେ ଡିମାଣ୍ଡ ଚାର୍ଜ, ଇଲେକ୍ଟ୍ରିସିଟି ଡୁ୍ୟଟି ଛାଡ଼ କରିବା ଲାଗି ଆବେଦନକାରୀ ପ୍ରାର୍ଥନା କରିଥିଲେ । ଏହା ବାଦ୍ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଫି’ ମଧ୍ୟ ଛାଡ଼ କରାଯିବା ଆବଶ୍ୟକ । ଏ ସମସ୍ତ ଆବେଦନ ଉପରେ ହାଇକୋର୍ଟ ଆଜି ଶୁଣାଣି କରି ଉପରୋକ୍ତ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons