ବିଦୁ୍ୟତ ଇଞ୍ଜିନିୟରଙ୍କୁ ଶକ୍ତିମନ୍ତ୍ରୀଙ୍କ ପରାମର୍ଶ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାନସିକତା ବଦଳାଅ । ଆଧୁନିକ ଜ୍ଞାନକୌଶଳ ଉପଯୋଗ କରି ବିଭାଗର ରାଜସ୍ୱ ବୃଦ୍ଧିରେ ପ୍ରମୁଖ ଭୂମିକା ତୁଲାଅ । ବିଦୁ୍ୟତ ବିଭାଗରେ କାର୍ଯ୍ୟରତ ଇଞ୍ଜିନିୟରମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ଶକ୍ତି ମନ୍ତ୍ରୀ ଶ୍ରୀ ମିଶ୍ର ସୋମବାର ଅପରାହ୍ଣରେ ଅଚାନକ ପାୱାର ହାଉସ୍ ଛକସ୍ଥିତ ସର୍ବୋଚ୍ଚ ବିଦୁ୍ୟତ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଦୁ୍ୟତ ଶୁଳ୍କ ଆଦାୟ ଓ ତଦାରଖ କାର୍ଯ୍ୟର ସମୀକ୍ଷା କରିଥିଲେ । ଏ ଅବସରରେ ସେ ବିଦୁ୍ୟତ ଚୋରି ରୋକିବା ସହ ଅଧିକ ଶୁଳ୍କ ଆଦାୟ ଓ ସମ୍ପୂର୍ଣ୍ଣ ବ୍ୟବସ୍ଥାର ଉପଯୁକ୍ତ ତଦାରଖ ଉପରେ ଆଲୋଚନା କରିଥିଲେ ।
ସେ କହିଛନ୍ତି, ଉପରୁ ସବୁ ଠିକ୍ ଲାଗୁଥିଲେ ମଧ୍ୟ ବହୁ ବୈଷୟିକ କାରଣ ପାଇଁ ଶକ୍ତି ବିଭାଗର ରାଜସ୍ୱ ଆଦାୟ କମୁଛି । ଏଣୁ ବିଦୁ୍ୟତ ଇଞ୍ଜିନିୟରମାନେ ଏହାର କାରଣ ଖୋଜି ବାହାର କରିବା ଉଚିତ । ଆବଶ୍ୟକ ସ୍ଥଳେ ଆଧୁନିକ ଜ୍ଞାନକୌଶଳ ତଥା କୁଶଳୀ ମାନବସମ୍ବଳର ବ୍ୟବହାର କରି ରାଜସ୍ୱ ବୃଦ୍ଧିରେ ସହାୟକ ହେବା ଉଚିତ ।
ସବୁ ବିଦୁ୍ୟତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ ସୂତ୍ର ଆଧାରରେ କାର୍ଯ୍ୟ କରିବାକୁ ଶକ୍ତିମନ୍ତ୍ରୀ ପରାମର୍ଶ ଦେବାସହ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ଶୁଣାଇଥିଲେ । ଅସାଧୁ କମ୍ପାନି ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ନିଆଯିବା ସହ ସେମାନଙ୍କୁ ସହଯୋଗ କରୁଥିବା ବିଦୁ୍ୟତ କର୍ମଚାରୀଙ୍କୁ ସରକାରୀ ନିୟମ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଦୁ୍ୟତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ସମେତ ବହୁ ବରିÂ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons