ବିଦୁ୍ୟତ କେନ୍ଦ୍ରରେ ତାଲା ଠୁଙ୍କିଲେ ଗ୍ରାମବାସୀ

Get real time updates directly on you device, subscribe now.

ଲମତାପୁଟ: ବିଦୁ୍ୟତ ସମସ୍ୟାକୁ ନେଇ ଲମତାପୁଟ ବ୍ଲକର ୧୫ଖଣ୍ଡ ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅବହେଳା ବିରୋଧରେ ଦୀର୍ଘଦିନ ହେଲା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିବା ବେଳେ ଆଜି ଶତାଧିକ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି । ବାଲେଲ୍ ଓ ଗୋଡିହଞ୍ଜର ପଞ୍ଚାୟତବାସୀ ଆଜି ସକାଳୁ ସ୍ଥାନୀୟ ୩୩କେଭି ବିଦୁ୍ୟତ ସବ୍ସେଣ୍ଟର ଭିତରେ କର୍ମଚାରୀଙ୍କୁ ରଖି ଫାଟକରେ ତାଲାପକାଇଥିଲେ । ଏଥିସହ ତୁଷୁବା-ବାଲେଲ ରାସ୍ତାରେ ଗଛ ପକାଇ ଆନେ୍ଦାଳନ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲିଥିଲା । ବିଳମ୍ବିତ ସନ୍ଧ୍ୟାରେ ବିଧାୟକ ରଘୁରାମ ପାଡାଲ, ତହସିଲଦାର ମାନସ ପ;ନାୟକ ପୁଲିସ ଉପସ୍ଥିତିରେ ଖୁବଶୀଘ୍ର ବିଦୁ୍ୟତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଗୋଡିହଞ୍ଚର ପଞ୍ଚାୟତର ସମୀବୃନ୍ଦା ପଡାଲ, ୱାର୍ଡମେମ୍ବର ଦାସି ଶିଶା, ମୁନା ଖିଲ, ବାଲେଲ୍ ପଞ୍ଚାୟତର ରବି ଖରା, ମଙ୍ଗଳା ପଦୁଆ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଆନେ୍ଦାଳନରେ ସାମିଲ ହୋଇଥିଲେ । ଏନେଇ ବିଭାଗୀୟ କନିÂ ଯନ୍ତ୍ରୀ ଦିବାକର ସାହୁଙ୍କୁ ପଚାରିବାରେ କର୍ମଚାରୀ ଅଭାବ ଯୋଗୁ ମରାମତି ହୋଇପାରୁ ନାହିଁ । ଏଣୁ ସମସ୍ୟା ହେଉଛି ବୋଲି କହିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons