
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ବିଦୁ୍ୟତ ଦର ବୃଦ୍ଧି ପ୍ରତିବାଦରେ ଆଜି ସ୍ଥାନୀୟ ଟାଟା ପାୱାର ବିତରକ କମ୍ପାନିର ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଥିଲା କଂଗ୍ରେସ । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୩ ଘଣ୍ଟା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଥିଲା । ସ୍ଥାନୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭର ନେତୃତ୍ୱ ନେଇଥିଲେ ଟାଉନ କଂଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି । ସେହିପରି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକଙ୍କ ସହ ଦଳୀୟ କର୍ମୀମାନେ ଆନେ୍ଦାଳନରେ ସାମିଲ ହୋଇଥିଲେ ।
ଏହି ଅବସରରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଅଧୀକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ଦେଇଥିଲେ ବିଧାୟକ ଶ୍ରୀ ବାହିନୀପତି । ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ବିଦୁ୍ୟତ ଦର ବୃଦ୍ଧି ଲୋକଙ୍କୁ ବାଧୁଛି । ୬ ମାସ ମଧ୍ୟରେ ରାଜ୍ୟ ସରକାର ୟୁନିଟ ପିଛା ୫୦ ପଇସା ବୃଦ୍ଧି କରିଛନ୍ତି । ‘ଟାଟା ପାୱାର ବିତରକ ସଂସ୍ଥା’ ଦାୟିତ୍ୱ ନେବା ପରେ ଦର ବୃଦ୍ଧି କରି ଚାଲିଛି । ଓଡିଶା ଏକ ବିଦୁ୍ୟତ ଉପôାଦନକାରୀ ରାଜ୍ୟ ଭାବେ ପରିଚିତ । ଏଠାରେ ବିଦୁ୍ୟତ ଉପôାଦନ ପାଇଁ କୋଇଲା ଓ ପାଣି ଶସ୍ତାରେ ମିଳୁଛି । ଜଳବିଦୁ୍ୟତ ଉପôାଦନ ଖର୍ଚ୍ଚ କମ୍ । କିନ୍ତୁ ରାଜ୍ୟ ସରକାର ବିତରକ କମ୍ପାନିକୁ ସୁହାଇଲା ଭଳି ବାରମ୍ବାର ଦର ବୃଦ୍ଧି କରି ଚାଲିଛନ୍ତି । ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର କରାଯାଉ ।
ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଗଙ୍ଗାଧର ସାହୁ, ଲକ୍ଷ୍ମୀ ପ;ନାୟକ, ଈଶ୍ୱର ସରାଫ,ଦୁର୍ଗା ଶର୍ମା, ନବୀନ ମାଦଳା, ଭେଙ୍କଟରାଓ ପ;ନାୟକ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପ;ନାୟକ, କେ.ଅରୁଣା, ଉଦୟ ପାଣିଗ୍ରାହୀ, ଦିଲବର ସା ,ପିଲୁ ମହାପାତ୍ର, ବୁଲୁ ଚୌଧୁରୀ, ଶିବ ପ;ନାୟକ,ଅକ୍ଷୟ ନାୟକ, ଉଗ୍ରସେନ ମଣ୍ଡଳ, ପ୍ରଦୀପ ରାୟ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.