
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ସହର ହିର୍ଲି ଗାଁ ଠାରେ ଗ୍ରାମବାସୀ ମଦ ଦୋକାନକୁ ବନ୍ଦ କରିବାକୁ ଦାବି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଦାବି କରିଛନ୍ତି ଯେ, ହିର୍ଲିଠାରେ ନୂଆ ମଦଦୋକାନ ନିକଟରେ ସ୍କୁଲ, କଲେଜ, ମନ୍ଦିର ରହିଛି । ନୂଆ ମଦ ଦୋକାନ ଯୋଗୁ ଅଞ୍ଚଳର କୁନିକୁନି ଛୁଆଙ୍କ ସମେତ ଯୁବକଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବ । ମଦଦୋକାନ ଖୋଲିବା ଆଗରୁ ଏକ ରେସନ ଦୋକାନ ଖୋଲି ଦୋକାନ ଘର ନିର୍ମାଣ କରିଥିଲେ । ଦୋକାନ ଘର ନିର୍ମାଣ ପରେ ବିଦେଶୀ ମଦ ବିକ୍ରି ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରା ନ ଗଲେ ଆଗାମୀ ଦିନରେ ଆନେ୍ଦାଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।


Comments are closed, but trackbacks and pingbacks are open.