ବାଲିଗୁଡ଼ା : ବିଦ୍ୟୁତ୍ ଖୁଣ୍ଟ ପଡ଼ି ୨ ଯୁବକ ମୃତ। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ଘଟିଛି ଏହି ଅଘଟଣ।
ମିଳିଥିବା ସୂଚନା ଅନୁସାରେ ,ମୃତକ ୨ଜଣଙ୍କ ନାଁ ରଂଜନ ପ୍ରଧାନ ଓ ଲିଟୁ ପ୍ରଧାନ। ଉଭୟେ ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ବିଲ ଦେଇ ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ରଂଜନ ଓ ଲିଟୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାକୁ ଯାଇ ଅନ୍ୟ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ଝଟ୍କା ଲାଗିଥିବା ଜଣାପଡ଼ିଛି। ଆହତଙ୍କୁ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପୁଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.