ବିଧାନସଭାରେ ସମ୍ବିଧାନ ଦିବସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆମ ସାମ୍ବିଧାନିକ ବିଧି ବ୍ୟବସ୍ଥା ଯୋଗୁଁ ଆମ ଦେଶ ବିକାଶ ପଥରେ ଆଗକୁ ଯାଇଛି । ଦେଶର ସାମାଜିକ, ଆର୍ଥିକ, ଶିକ୍ଷା ଓ ବିଜ୍ଞାନରେ ଆମେ ବହୁ ଉନ୍ନତି କରିଛୁ । ଦେଶର ସାମଗ୍ରୀକ ପ୍ରଗତିରେ ସମ୍ବିଧାନ ବେଶ ସହାୟକ ହୋଇଛି । ଆସନ୍ତୁ, ଆମ ସାମ୍ବିଧାନିକ ଗରିମା ଓ ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା ଦେବାକୁ ଆମେ ଶପଥ ନେବା ।
ଆଜି ବିଧାନସଭାରେ ସମ୍ବିଧାନ ଦିବସ ପାଳନ ଅବସରରେ ଏ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରାଗଲେ ଏହା ବାପୁଙ୍କ ପ୍ରତି ସର୍ବଶ୍ରେÂ ଶ୍ରଦ୍ଧାଞ୍ଜଳି ହୁଅନ୍ତା । ଏ ନେଇ ମୁଁ ପ୍ରସ୍ତାବ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ ସମାରୋହକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ, ୧୯୪୯ ମସିହା ନଭେମ୍ବର ୨୬ ରେ ଭାରତୀୟ ସମ୍ବିଧାନକୁ ସମ୍ବିଧାନ ସଭା ଗ୍ରହଣ କରିଥିଲା । ୧୭୭୭ ଫିଲାଡେଲଫିଆ ଚୁକ୍ତି ପରେ ଭାରତୀୟ ସମ୍ବିଧାନ ପ୍ରଣୟନ ବିଶ୍ୱର ଏକ ପ୍ରମୁଖ ଘଟଣା ବୋଲି ପ୍ରଖ୍ୟାତ ମାର୍କିନ ବିଶେଷଜ୍ଞ ପ୍ରଫେସର ଗ୍ରାନେଭିଲ ଅଷ୍ଟିନ୍ କହିଥିଲେ । ସମ୍ବିଧାନ ପ୍ରଣେତା ଡ. ବି ଆର ଆମ୍ବେଦକରଙ୍କ ନିÂାରୁ ୭ ଦଶନ୍ଧି ହେବ ଆମ ସମ୍ବିଧାନ ଜନସାଧାରଣଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ସହ ଲୋକମାନେ ସାମାଜିକ ଓ ଆର୍ଥିକ ସ୍ୱାଧୀନତା ମଧ୍ୟ ଉପଭୋଗ କରୁଛନ୍ତି । ସମ୍ବିଧାନର ବିଧି ବ୍ୟବସ୍ଥା ଅନୁସାରେ ଆମେମାନେ ବିଧାନସଭାର ସଭ୍ୟ ହୋଇପାରିଛେ । ତେଣୁ ଆମକୁ ସମ୍ବିଧାନର ବିଧି ବ୍ୟବସ୍ଥାରେ କାମ କରିବାକୁ ହେବ ।
ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଆମ ସମ୍ବିଧାନ ଆମ ଦେଶକୁ ଏକତା ରଜୁରେ ବାନ୍ଧି ରଖିଛି । ସମ୍ବିଧାନ ପ୍ରସ୍ତୁତିରେ ଓଡ଼ିଶାର ଯୋଗଦାନ ମଧ୍ୟ ବେଶ ସ୍ମରଣୀୟ । ଓଡ଼ିଶାରୁ ବିଶ୍ୱନାଥ ଦାସ, ବିଚିତ୍ରାନନ୍ଦ ଦାସ, ସାରଙ୍ଗଧର ଦାସ, ଲାଲ ମୋହନ ପତି, ଯୁଧିÂିର ମିଶ୍ର, ମାଳତି ଚୌଧୁରୀ, ଏନ.ମାଧବ ରାଓ , କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ହରେକୃଷ୍ଣ ମହତାବ, ଲକ୍ଷ୍ମୀନାରାୟଣ ସାହୁ, ଲୋକନାଥ ମିଶ୍ର, ନନ୍ଦକିଶୋର ଦାସ, ସାନ୍ତନୁ କୁମାର ଦାସ ଓ ରାଜକୃଷ୍ଣ ବୋଷ ସମ୍ବିଧାନ ସଭାର ସଭ୍ୟ ଥିଲେ । ଆମ ସମ୍ବିଧାନର ବ୍ୟବସ୍ଥାରେ ଆସନ୍ତୁ ଦେଶର ପ୍ରଗତି ପାଇଁ ଆମେ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଲେ, ବିନା ଯୁଦ୍ଧରେ ଭାରତ ଗାନ୍ଧିଙ୍କ ସତ୍ୟ ଓ ଅହିଂସା ଆନେ୍ଦାଳନ ବଳରେ ସ୍ୱାଧିନତା ହାସଲ କଲା । ଡ. ବିଆର ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଯାଇ ସମ୍ବିଧାନକୁ ଚୂଡ଼ାନ୍ତ ରୂପରେଖ ପ୍ରଦା କରାଯାଇଥିଲା । ଭାରତର ସମ୍ବିଧାନରେ ଜନମଙ୍ଗଳକାରୀ, ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟର ପ୍ରାବଧାନ ରହିଛି । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତେ ସହଯୋଗ କରିବାକୁ ବାଚସ୍ପତି ଡ. ପାତ୍ର ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ଦଳର ନେତା ନରସିଂହ ମିଶ୍ର, ସିପିଆଇ (ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମ୍ବିଧାନ ପ୍ରଣୟନ ଓ ଲୋକ ପ୍ରତିନିଧିଙ୍କ ଦାୟିତ୍ୱ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons