ବିଧାନସଭାର ଶୀତ ଅଧିବେଶନ:ତତାଇବେ ଶାସକ-ବିରୋଧୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମଝିରେ ଆଉ ଗୋଟିଏ ଦିନ । ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଅଧିବେଶନ ୧୩ (ବୁଧବାର)ରୁ ଆରମ୍ଭ ହେବ । ଏ ଶୀତ ଅଧିବେଶନରେ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଅତରିକ୍ତ ବଜେଟ ଆଣିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ପ୍ରଥମ ଦିନ ହିଁ ଅତିରିକ୍ତ ବଜେଟ ଆଗତ କରିବେ । ୨୫ ରେ ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍ । ଏ ଅଧିବେଶନ ପାଇଁ ଉଭୟ ଶାସକ ଓ ବିରୋଧୀ ତୟାର ହେଲେଣି । ବିଧିବଦ୍ଧ ଭାବେ ବିଧାୟକ ଦଳ ବୈଠକ ବସିନଥିଲେ ମଧ୍ୟ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରିବାକୁ କସରତ ଆରମ୍ଭ କରିଛନ୍ତି । ସେପଟେ ସରକାରୀ ଦଳ ମଧ୍ୟ ବିରୋଧୀଙ୍କ ମୁକାବିଲା ପାଇଁ ରଣ କୌଶଳ ଆଦରିଛି । ଶାସକ-ବିରୋଧୀଙ୍କ କଡ଼ା ଟକ୍କରରେ ଶୀତ ଅଧିବେଶନରେ ତାତି ଯେ ଜୋର ଧରିବ ତାହା ଜଳଜଳ ।
ଏ ଅଧିବେଶନରେ ବିଜେପି ଓ କଂଗ୍ରେସ ସରକାରକୁ ଘେରିବାକୁ ରଣକୌଶଳ ପ୍ରସ୍ତୁତ କରୁଛନ୍ତି । ବିଧିବଦ୍ଧ ଭାବେ ତିନି ଦଳର ବିଧାୟକମାନଙ୍କ ବୈଠକ ବସିନାହିଁ । ମାତ୍ର ତା ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ବିଜେପି ସ୍ମିତାରାଣୀ ମର୍ଡର କେସ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର, ଦୁର୍ନୀତି, ‘ଫୋନି ସହାୟତା ବାଟମାରଣା ଓ ନାରୀ ସୁରକ୍ଷା ଆଦି ପ୍ରସଙ୍ଗକୁ ଧରି ସରକାରଙ୍କୁ ଘେରିବ । କଂଗ୍ରେସ ଦଳ ମଧ୍ୟ ସ୍ମିତାରାଣୀ ମୃତୁ୍ୟକୁ ପ୍ରସଙ୍ଗ କରିବ । ରାଜ୍ୟର ଆଇନ ଶୃଙ୍ଖଳା ସହ ‘କାଳିଆ’ ପାଣ୍ଠି ବାଟମାରଣାକୁ ମଧ୍ୟ ଦଳ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିବ । ଫୋନି କ୍ଷତିଗ୍ରସ୍ତ ଏଯାଏ ସରକାରୀ ସହାୟତା ପାଇନଥିବାରୁ ଦଳ ତାକୁ ବଡ଼ ପ୍ରସଙ୍ଗ ଭାବେ ଗୃହରେ ଉଠାଇବ । ସ୍ମିତାରାଣୀ ମୃତୁ୍ୟକୁ ଦୁଇ ବିରୋଧୀ ଦଳ ପ୍ରମୁଖ ପ୍ରସଙ୍ଗ ଭାବେ ଧରି ସରକାରଙ୍କ ବାଟ ଜଗିବେ । ତେବେ ବିରୋଧୀଙ୍କ ମୁକାବିଲା କରିବାକୁ ସରକାରୀ ଦଳ ମଧ୍ୟ ମିଳିତ ଭାବେ ଓହ୍ଲାଇବ । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଓ କେନ୍ଦ୍ରୀୟ ପାଣ୍ଠିରେ ବିଳମ୍ବ ଆଦି ପ୍ରସଙ୍ଗକୁ ଶାସକ ଦଳ ଅସ୍ତ୍ର ଭାବେ ବ୍ୟବହାର କରିବ ବୋଲି ସୂଚନା ମିଳିଛି । ଦଳ ନିକଟରେ ବିଜେପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବାରୁ ଦଳୀୟ ସଦସ୍ୟମାନେ ଆତ୍ମବିଶ୍ୱାସର ସହ ବିରୋଧୀଙ୍କ ପାଲଟା ମୁକାବିଲା କରିବେ ।
ନଭେମ୍ବର ୧୩ରୁ ଆରମ୍ଭ ହେବ ବିଧାନସଭା । ବିଧାନସଭାର ଏ ଶୀତ ଅଧିବେଶନ ଡିସେମ୍ବର ୧୯ ଯାଏ ଚାଲିବ । ଏ ଅଧିବେଶନରେ ସରକାର ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିବେ । ଏ ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିବ । କାର୍ଯ୍ୟସୂଚୀ ଅନୁସାରେ, ଅଧିବେଶନର ପ୍ରଥମ ଦିନ ଅର୍ଥାତ ୧୩ ରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଗୃହରେ ଅତିରିକ୍ତ ବଜେଟ୍ ଆଗତ କରିବେ । ଏ ବଜେଟ୍ ନେଇ ତିନି ଦିନ ଗୃହରେ ଆଲୋଚନା ହେବ । ୨୫ରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରାଯିବ । ୩୦ଟି କାର୍ଯ୍ୟ ଦିବସରୁ ୫ଟି ବେସରକାରୀ ଓ ୨୫ ଟି ସରକାରୀ କାର୍ଯ୍ୟ ଦିବସ ରହିଛି । ଏ ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିପାରନ୍ତି ବୋଲି ସୂଚନା ମିଳିଛି ।
ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାକୁ ରାଜ୍ୟ ମନ୍ତ୍ରୀ ପରିଷଦରେ ୮,୩୦୦ କୋଟି ଟଙ୍କାର ବଜେଟକୁ ଅନୁମୋଦନ ମିଳିଛି । ଏହି ଅତିରିକ୍ତ ବଜେଟ୍ରେ ମୁଖ୍ୟତଃ ପୁରୀ ଶ୍ରୀମନ୍ଦିର ପାରିପାଶ୍ୱର୍ିକ ଉନ୍ନତି, କଟକ ବଡ଼ ମେଡିକାଲ ସମେତ୍ ଅନ୍ୟ ଅନ୍ୟ ସରକାରୀ ମେଡିକାଲ୍ କଲେଜର ଭିତ୍ତିଭୂମି ନିର୍ମାଣ ଓ କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଅନୁଦାନ ପାଇଁ ବ୍ୟୟ ବରାଦ ହୋଇଛି । ଏହା ବ୍ୟତୀତ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉ ମନ୍ଦିର ପାରିପାଶ୍ୱର୍ିକ ଉନ୍ନତି, କନ୍ଧମାଳ ଜିଲ୍ଲାର ବୌଦ୍ଧ ଠାରେ ନୂତନ ମେଡିକାଲ୍ କଲେଜ୍ ପ୍ରତିÂା ଏବଂ କେତେକ ଜଳ ସେଚନ ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରାଯାଇଛି । ଗତ ଜୁଲାଇ ମାସରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଆସିଥିଲା । ତେବେ ଇତି ମଧ୍ୟରେ ସରକାର ଅନେକ କିଛି ସ୍ୱତନ୍ତ୍ର ପ୍ରକଳ୍ପ ଘୋଷଣା କରିବା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି । ଯାହା ପାଇଁ ବଜେଟ୍ରେ ବ୍ୟୟ ବରାଦ କରାଯାଇ ନଥିଲା । ସେଥିଲାଗି ଅତିରିକ୍ତ ବଜେଟରେ ପାଣ୍ଠି ବରାଦ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons