ବିଧାନସଭା ଚାଲିଥିବାବେଳେ ଗଣମାଧ୍ୟମରେ ମନ୍ତବ୍ୟ ଦେବା ଅଭିଯୋଗ ଆଣି ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲେ ନରସିଂହ ମିଶ୍ର

Get real time updates directly on you device, subscribe now.

ଭୁବନେଶ୍ବର : ଆଜି ଶୂନ୍ୟ କାଳରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସିକ୍ୟୁରିଟି ଏସ୍‌ପି କାହ୍ନୁଚରଣ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସ ଏହି ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଛି ।
ବିଧାନସଭା ଚାଲୁଥିବା ବେଳେ ସେ ଉଠାଇଥିବା ପ୍ରସଙ୍ଗ ଉପରେ ଜଣେ ଅଧିକାରୀ ସିଧାସଳଖ ଗଣମାଧ୍ୟମରେ ମନ୍ତବ୍ୟ ରଖିଛନ୍ତି । ଯାହା ଫଳରେ ଗୃହର ସ୍ବାଧିକାର ଭଙ୍ଗ ହୋଇଛି । ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯାଉ। ତାଙ୍କୁ ଗୃହକୁ ଡକାଯାଉ ବୋଲି କହିଛନ୍ତି ନରସିଂହ ମିଶ୍ର । ବାଚସ୍ପତି ଏନେଇ ଅନୁଧ୍ୟାନ କରାଯିବ ବୋଲି କହିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons