ବିଧାନସଭା ଶୀତ ଅଧିବେଶନ : ପ୍ରଶ୍ନକାଳରେ ପ୍ରଥମଥର ପାଇଁ ବସିଲେ ମୁଖ୍ୟମନ୍ତ୍ରୀ, ୫ଟିକୁ ଭୁରି ଭୁରି ପ୍ରଂଶସା କଲେ ତାରା

Get real time updates directly on you device, subscribe now.

ଭୁବନେଶ୍ବର : ବିଧାନସଭା ଶୀତ ଅଧିବେଶନରେ ଆଜି ପ୍ରଶ୍ନକାଳରେ ପ୍ରଥମଥର ପାଇଁ ବସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ ଦିନ ପରେ ପୁରା ପ୍ରଶ୍ନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିବାର ଦେଖିବାକୁ ମିଳିଛି। ଗୃହରେ ମନ୍ତ୍ରୀ ଓ ବିଧାୟକମାନେ ଦେଉଥିବା ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଶୁଣୁଥିଲେ ମୁଖ୍ୟମନ୍ତ୍ରୀ ।
ବିଧାନଶଭା ଶୀତ ଅଧିବେଶନ ଆଜି ୧୧ଦିନ । ବିଧାନସଭାର ପ୍ରଶ୍ନକାଳ ସମୟରେ ଜୟପୁର ବିଧାୟକ ତାରାପ୍ରସାଦ ପ୍ରଶ୍ନକାଳରେ ୫ଟିକୁ ପ୍ରଂଶସା କରିଛନ୍ତି ।
୫ଟି ସଚିବ ଗସ୍ତ ପରେ କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟବସ୍ଥା ବଦଳିଛି ବୋଲି ସେ କହିଛନ୍ତି । ୫ ଟି ରେ ମୁଖ୍ୟମନ୍ତ୍ରୀ ଯାଆନ୍ତୁ କି ସଚିବ ଯାଆନ୍ତୁ ସେଥିରେ କିଛି ଯାଆସ ନାହିଁ ବୋଲି ତାରା କହିଛନ୍ତି । କୋରାପୁଟ ଜିଲ୍ଲାକୁ ଆଉ ଥରେ ୫ଟି ସଚିବ ଗସ୍ତ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons