ବେଙ୍ଗାଲୁରୁ : କଂଗ୍ରେସ ବିଧାୟକଙ୍କୁ ବେଙ୍ଗାଲୁରୁରୁ ଆଣିବାକୁ ଯାଇଥିବା ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ଜିତୁ ପଟୱାରୀ ଗିରଫ ହୋଇଛନ୍ତି। ପୋଲିସକୁ ମାରପିଟ କରିବା ଅଭିଯୋଗରେ କର୍ଣ୍ଣାଟକ ପୋଲିସ ଜତୁଙ୍କ ସହ ଅନ୍ୟ ଜଣକୁ ଗିରଫ କରିଥିବା ଜଣାପଡିଛି। ଏହି ଗିରଫଦାରୀର ଭିଡିଓ ଏବେ କଂଗ୍ରେସ ଟ୍ୱିଟ୍ ହ୍ୟାଣ୍ଡେଲରେ ସେୟାର ହୋଇଥିବା ବେଳେ ବେଶ୍ ଭାଇରାଲ ହେଉଛି।
ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବୁଝାସୁଝା କରି ରାଜ୍ୟକୁ ଫେରାଇଆଣିବା ଲାଗି ଗୁରୁବାର ଶିକ୍ଷାମନ୍ତ୍ରୀ ଜିତୁ ପଟୱାରୀ ଓ ଲାଖନ ସିଂ ସିନ୍ଧିଆ ବେଙ୍ଗାଲୁରୁ ଯାଇଥିଲେ। ସେମାନେ ବିଧାୟକମାନେ ରହୁଥିବା ବେଙ୍ଗାଲୁରୁର ଏମ୍ବାସୀ ବୁଲେଭାର୍ଡ ବାହାରେ ପହଞ୍ଚିଥିବା ବେଳେ ପୋଲିସ ସହ ସେମାନଙ୍କର ଝଗଡା ହୋଇଯାଇଥିଲା। ଏଣୁ ପୋଲିସ ସେମାନଙ୍କୁ ଗିରଫ କରିଥିବା ବେଳେ କଂଗ୍ରେସ ମଧ୍ୟପ୍ରଦେଶରେ ବିଜେପିର କିପରି କ୍ଷମତା ଲୋଭ ତାହା ଭିଡିଓରୁ ଦେଖନ୍ତୁ ବୋଲି ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଛି।ଏହି ଭିଡିଓ ଜାରି ହେବା ପରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ବିଜେପିକୁ ଟାର୍ଗେଟ୍ କରିଛି ଦଳ। ରାଜୀବ ଗାନ୍ଧି ସଭାଗାରରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଦିଗବିଜୟ ସିଂହ, ପି.ସି. ଶର୍ମା ଓ ବିବେକ ତନଖ୍ୱା ଯୋଗଦେଇ ବିଧାୟକଙ୍କୁ ଭେଟିବାକୁ ଯାଇଥିବା ଜିତୁ ପଟୱାରୀଙ୍କୁ ପୋଲିସ ସେଠାରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁରେ ବିଜେପି କଂଗ୍ରେସ ବିଧାୟକଙ୍କୁ ପୋଲିସ ଦ୍ୱାରା ବନ୍ଧକ କରିଥିବା ଅଭିଯୋଗ କରିଛନ୍ତି।ତେବେ ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଜିତୁ ପଟେଲ ସେଠାରେ ଆତ୍ମଗୋପନ କରିଥିବା ବିଧାୟକଙ୍କ ମଧ୍ୟରୁ ୯-୧୦ ଜଣଙ୍କୁ ପଟାଇବାରେ ସଫଳ ହୋଇଥିଲେ। ତେବେ ସେମାନେ ସେଠାରୁ ବାହାରିବାକୁ ଉଦ୍ୟମ କରିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଯିବାରୁ ବିଧାୟକମାନେ ଫେରିଯାଇଥିବା ବେଳେ ଜିତୁ ଓ ଲାଖନ ସିଂହଙ୍କୁ ପୋଲିସ ନେଇଯାଇଛି। ଫଳରେ୧୬ ତାରିଖ ଫ୍ଲୋର ଟେଷ୍ଟ ଲାଗି ମଧ୍ୟପ୍ରଦେଶ କଂଗ୍ରେସର ଆଉ ୨ ଜଣ ସଦସ୍ୟ ହ୍ରାସ ହୋଇଛନ୍ତି।
Comments are closed, but trackbacks and pingbacks are open.