ବିଧାୟକ ପଢ଼ାଇଲେ କରୋନା ପାଠ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ): କରୋନା ପାଇଁ ବନ୍ଦ ଥିବା ସ୍କୁଲ ଦଶମ ଓ ଦ୍ୱାଦଶ ଶ୍ରେଣୀ ଶିକ୍ଷାଦାନ ପାଇଁ ଶୁକ୍ରବାର ଖୋଲିଥିଲା । ଏହି ଅବସରରେ ଚମାଖଣ୍ଡି ହାଇସ୍କୁଲରେ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା । ସେଠାରେ ସରକାରଙ୍କ ପକ୍ଷରୁ ଜାରି କରଯାଇଥିବା ଏସ୍ଓପି ଠିକ୍ ପାଳନ ହେଉଛି କି ନା ପରଖିଥିଲେ । କରାନା ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷତାକୁ ପ୍ରଶଂସା କରିଥିଲେ ସେ । ସେହିଭଳି ବିଦ୍ୟାର୍ଥୀମାନେ କରୋନା ପାଇଁ କଣ ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ବିଧାୟକ । ହାତକୁ କେତେ ସମୟ ଧୋଇବେ ସେ ସମ୍ପର୍କରେ ବୁଝାଇଥିଲେ । ଯେପରି ପୂର୍ବରୁ ପାଣି ପିଇବା ଘଣ୍ଟି ବଜାଇବା ସକାଶେ ନିର୍ଦ୍ଧାରଣ ହୋଇଥିଲା ସେହିପରି ହାତ ଧୋଇବା ପାଇଁ ଘଣ୍ଟି ବଜାଇବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ସେ । ଅପରପକ୍ଷରେ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ମୁନିସିପେଣ୍ଠ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ କର୍ମଚାରୀଙ୍କ ସହ ଭେଟିଥିଲେ । ନିଜେ ସ୍ୱାସ୍ଥ୍ୟକେନ୍ଦ୍ର ପରିଷ୍କାର କରିବା ସହ ସର୍ବଦା ତାହାକୁ ସଫାସୁତରା ଓ ବିଶୋଧିତ କରି ରଖିବାକୁ ପରାମର୍ଶ ଦେଇଥିଲେ ବ୍ଲକ୍ ଅଧ୍ୟକ୍ଷ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons