ବିଧାୟକ ବିଷ୍ଣୁ ଦାସ ଆଉ ନାହାନ୍ତି

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ବୁ୍ୟରୋ): ୩୦ ବର୍ଷର ଲମ୍ବା ରାଜନୈତିକ ଜୀବନ । ଅନେକ ସଫଳତା । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ, ରାଜ୍ୟସଭା ସାଂସଦ ଓ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ । ଶେଷକୁ ଷÂ ଥର ପାଇଁ ତିର୍ତ୍ତୋଲର ବିଧାୟକ । ରାଜନୀତି ଓ ସମାଜସେବା କ୍ଷେତ୍ରରେ ଏତେ ସଫଳତା ସାଉଣ୍ଟିଥିବା ବିଧାୟକ ବିଷ୍ଣୁ ଦାସ ଆଉ ନାହାନ୍ତି । ସୋମବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି ।
ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ପାଇଁ ଡାକ୍ତରୀ ଦଳ ଆପ୍ରାଣ ଉଦ୍ୟମ ଚଳାଇଥିଲେ । କିନ୍ତୁ ସଫଳ ହୋଇନଥିଲେ । ଡାକ୍ତରୀ ଟିମ୍ ଆଜି ସନ୍ଧ୍ୟାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଶେଷଶଯ୍ୟା ନିକଟରେ ପରିବାର ସଦସ୍ୟ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଓଡ଼ିଶାର ବହୁ ରାଜନେତା, ବିଶିଷ୍ଟ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ମହାନ ଜନନାୟକ ବିଜୁ ବାବୁଙ୍କ ପଟ୍ଟଶିଷ୍ୟ ଭାବେ ସେ ରାଜନୀତି କ୍ଷେତ୍ରକୁ ଆସିଥିଲେ । ୧୯୭୭ ମସିହା ଛାତ୍ର ଜୀବନରୁ ତାଙ୍କର ରାଜନୀତି ପ୍ରତି ରୁଚି ରହିଥିଲା । ନିଜର ଅଦମ୍ୟ ଉସôାହ, ନିÂା ବଳରେ ସେ ୧୯୭୭ରୁ ୧୯୮୧ ମସିହା ପର୍ଯ୍ୟନ୍ତ ଏସ୍ଭିଏମ୍ କଲେଜ ଛାତ୍ର ସଂସଦ ନିର୍ବାଚନରେ ତିନି ଥର ସେ ବିଜୟ ମୁକୁଟ ପିନ୍ଧିଥିଲେ । ସେତିକିବେଳେ ଛାତ୍ର ସଂସଦ ସଭାପତି ରହିବା ସମୟରେ ହିଁ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ । ବିଶେଷକରି ବିରିଡ଼ି ଛବିରାଣୀ ମହାପାତ୍ର ବଳାକôାର ଓ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଆରମ୍ଭ ହୋଇଥିବା ଜନଆନେ୍ଦାଳନର ସେ ନେତୃତ୍ୱ ନେଇଥିଲେ । ବିଲୁଆଖାଈ ନଦୀ ପଠାରେ ଘଟିଥିଲା ଏହି ବୀଭସô ହତ୍ୟାକାଣ୍ଡ । ସାମ୍ବାଦିକ ନବ କିଶୋର ମହାପାତ୍ରଙ୍କ ପତ୍ନୀ ଥିଲେ ଛବିରାଣୀ । ଉକ୍ତ ଲୋମଟାଙ୍କୁରା ଘଟଣାର ପ୍ରତିବାଦ ଆନେ୍ଦାଳନ ଚଳାଇ ସେ ଦେଶ ଦୁନିଆର ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ସେ ସମୟରେ ବିରିଡ଼ିକୁ ଛୁଟି ଆସିଥିଲେ ଜର୍ଜ ଫର୍ଣ୍ଣାଣ୍ଡିଜ୍, ରବି ରାୟ, ବିଜୁ ପଟ୍ଟନାୟକ, ମଧୁ ଲିମାଏଙ୍କ ଭଳି ବରିÂ ରାଜନେତାମାନେ । ଅଣ କଂଗ୍ରେସ ରାଜନୀତିରେ ତାଙ୍କର ସଂପୃକ୍ତି ରହିଥିଲା । ତାଙ୍କ ବଳିÂ ନେତୃତ୍ୱକୁ ଦେଖି ୧୯୮୪ ମସିହାରେ ଜନତା ଦଳ ଟିକେଟରୁ ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ପ୍ରଦାନ କରାଯାଇଥିଲା । ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ସେଥର ସେ କୈଳାସ ମଲ୍ଲିକଙ୍କଠାରୁ ପରାଜିତ ହୋଇଥିଲେ । ସେ ସମୟରେ ଇନ୍ଦିରା ଗାନ୍ଧିଙ୍କ ଦେହାନ୍ତ ହୋଇଥିବାରୁ ସାରା ଦେଶରେ କଂଗ୍ରେସକୁ ଦେଶବାସୀ ସମର୍ଥନ ଜଣାଇଥିଲେ । ତେବେ ୧୯୯୦ ନିର୍ବାଚନରେ ସେ ପ୍ରଥମଥର ପାଇଁ ଜଗତସିଂହପୁରର ବିଧାୟକ ହୋଇଥିଲେ । ଆଉ ଏହା ପରଠାରୁ ସେ ପରାଜୟର ମୁହଁ ଦେଖି ନଥିଲେ । ଅର୍ଥାତ୍ ଲଗାତାର ପାଞ୍ଚ ଥର ୨୦୦୯ ମସିହା ପର୍ଯ୍ୟନ୍ତ ସେ ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜ ସଙ୍ଗଠନକୁ ବଳୁଆ କରି ବିଧାୟକ ପଦ ବଜାୟ ରଖିଥିଲେ । ୧୯୯୫ ମସିହା ସାଧାରଣ ନିର୍ବାଚନ ଅନ୍ୟମାନଙ୍କ ପାଇଁ କଷ୍ଟକର ରହିଥିବା ବେଳେ ଜିଲ୍ଲାର ଏକମାତ୍ର ଜନତା ଦଳ ପ୍ର୍ରାର୍ଥୀ ଭାବେ ବିଷ୍ଣୁଙ୍କର ଜିତାପଟ ହୋଇଥିଲା । ଉକ୍ତ ନିର୍ବାଚନରେ ଏରସମା ଓ ତିର୍ତ୍ତୋଲରୁ ଡା. ଦାମୋଦର ରାଉତ ଓ ବାଲିକୁଦାରୁ ଉମେଶ ସ୍ୱାଇଁ ଦଳୀୟ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ ।
୨୦୧୪ ମସିହାରେ କିନ୍ତୁ ଶ୍ରୀ ଦାସ ଜଗତସିଂହପୁରରୁ ପରାଜିତ ହୋଇଥିଲେ । ସେତେବେଳେ ଦଳୀୟ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ସେ ପରାଜୟର ମୁହଁ ଦେଖିଥିଲେ ବୋଲି ଗୁଞ୍ଜରିତ ହୋଇଥିଲା । ତଥାପି ଜନତା ଦଳ ଓ ପରେ ବିଜୁ ଜନତା ଦଳର ଜଣେ ବରିÂ ରାଜନେତା ଭାବେ ପରିଚିତ ବିଷ୍ଣୁ ଦାସଙ୍କୁ ୨୦୧୬ ମସିହାରେ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରାଯାଇଥିଲା । ଏହାଛଡ଼ା ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସେ ରହିଥିଲେ ରାଜ୍ୟ ଯୋଜନା ବୋଡର଼୍ ଉପାଧ୍ୟକ୍ଷ ପଦବିରେ । ୧୯୯୮ ମସିହାରୁ ବିଜୁ ଜନତା ଦଳ ଗଠନ ହେବା ପରେ ଭେଟେରାନ୍ ନେତା ବିଷ୍ଣୁ ଦାସ ଜଗତସିଂହପୁର ଜିଲ୍ଲା ବିଜେଡିର ପ୍ରତିÂାତା ସଭାପତି ରହି ଆସିଥିଲେ । ଦଳ ପ୍ରତି ତାଙ୍କର ରହିଥିବା ପ୍ରତିଶ୍ରୁତିବଦ୍ଧତା, ଦଳୀୟ କର୍ମୀ, ସମର୍ଥକ ଏବଂ ଶୁଭେଚ୍ଛୁଙ୍କ ସହ ରହିଥିବା ଭାବଗତ ସଂପର୍କ ପାଇଁ ତାଙ୍କୁ ଜଗତସିଂହପୁର ବାସୀ ଶ୍ରଦ୍ଧା, ସମ୍ମାନ କରି ଆସୁଥିଲେ । ଦଳ ମୁଖ୍ୟଙ୍କ ଅତ୍ୟନ୍ତ ବିଶ୍ୱସନୀୟ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବିର ଭାର ସେ ମଣ୍ଡନ କରିଥିଲେ । ବିଶେଷକରି ଜଗତସିଂହପୁର ଜିଲ୍ଲା ବିଜେଡି ରାଜନୀତିରେ ସେ ଥିଲେ ଅଦ୍ୱିତୀୟ ଯୋଦ୍ଧା । ସେହିପରି ସେ ଥିଲେ ରାଜ୍ୟ ସ୍କାଉଟ୍ ଓ ଗାଇଡ଼୍ର ରାଜ୍ୟ ସଭାପତି ତଥା ଜଗତସିଂହପୁର ଏସ୍ଭିଏମ୍ କଲେଜ ପରିଚାଳନା କମିଟିର ସଭାପତି । ତାଙ୍କ ବିୟୋଗ ଖବର ଜିଲ୍ଲାବାସୀଙ୍କ ଆଖିରେ ଲୁହ ଭରି ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons