ବାଲେଶ୍ୱର,(ବି.ବି.ନୁ୍ୟଜ୍): ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଆଜି ପରଲୋକ ହୋଇଯାଇଛି । ମଦନମୋହନଙ୍କ ପରଲୋକ ନେଇ ତାଙ୍କ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ମଦନମୋହନଙ୍କୁ ୬୩ ବର୍ଷ ହୋଇଥିଲା । ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ସେ ଯକୃତଜନିତ ରୋଗରେ ମଧ୍ୟ ପୀଡିତ ଥିଲେ । ମଦନମୋହନ ଦତ୍ତ ୨୦୧୯ ସାଧାରଣ ନିର୍ବାଚନ ଜିତି ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୭୪,୮୧୫ ଖଣ୍ଡ ଭୋଟ୍ ପାଇଥିବା ବେଳେତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ତଥା ବିଜେଡି ନେତା ଜୀବନ ପ୍ରଦୀପ ଦାଶ ୬୧,୪୦୯ ଖଣ୍ଡ ଭୋଟ ପାଇଥିଲେ । ମଦନମୋହନଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ପ୍ରିୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶ୍ରୀଯୁକ୍ତ ଦତ୍ତ ମୋର ଭାଇ ଭଳି ଥିଲେ । ଅତ୍ୟନ୍ତ ଖୋଲା, ଆମାୟିକ ତଥା ଲୋକଙ୍କ ପାଇଁ ସମର୍ପିତ ଥିଲେ । ଏହା ସହିତ ସେ ମଦନମୋହନଙ୍କ ପୁଅ ସହିତ କଥା ହୋଇଥିବା ଆଉ ଏକ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି । ସେ ତାଭ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି ବରିÂ ବିଜେପି ନେତା ତତା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ମଧ୍ୟ ମଦନମୋହନ ଦତ୍ତଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.