ବିନା ଦୋଷରେ ୨ ଯୁବକଙ୍କୁ ନିର୍ଘାତ ମାଡ

Get real time updates directly on you device, subscribe now.

ବୁର୍ଲା,(ବି.ବି.ନୁ୍ୟଜ୍): ବାରମ୍ବାର ବିବାଦ ଘରରେ ରହୁଥିବା ବୁର୍ଲା ପୁଲିସର ବର୍ବରତା ଆଜି ସୀମା ଟପିଛି । ଦୁଇ ନବାଗତ ପୁଲିସ ଏସ୍ଆଇ ଏବଂ ଏଏସ୍ଆଇ ୨ ଜଣ ଯୁବକଙ୍କୁ ବିନା ଦୋଷରେ ଥାନା ଭିତରେ ଅଟକ ରଖି ରାତିତମାମ ଥାର୍ଡ ଡିଗ୍ରି ଭଳି ନିର୍ଯାତନା ଦେଇଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ରାତିରେ ଦୁଇ ପୁଲିସ ବାବୁ ଏହି ଦୁଇ ଯୁବକଙ୍କୁ ନିର୍ଘାତ ମାଡ ମାରି ଲହୁଲୁହାଣ କରିବା ପରେ ଦୋଷ ନାହିଁ ବୋଲି ଛାଡି ଦେଇଛନ୍ତି । ଏହି ଘଟଣାକୁ ନେଇ ବୁର୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
କିଛି ଦିନ ପୂର୍ବରୁ ବୁର୍ଲା ମେଡିକାଲ ଫାଣ୍ଡିର ଜଣେ ପୁଲିସ ବାବୁଙ୍କ ନିଶା ସାମ୍ରାଜ୍ୟକୁ ନେଇ ଭିଡିଓ ଭାଇରାଲ ହୋଇଥିଲା । ସେହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଜି ବୁର୍ଲା ପୁଲିସର ଜଣେ ଏସ୍ଆଇ ଏବଂ ଜଣେ ଏଏସ୍ଆଇଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି । ଏହି ଦୁଇ ପୁଲିସ ବାବୁ ହେଲେ ଏସ୍ଆଇ ଚିତ୍ତରଞ୍ଜନ ମେହେର ଏବଂ ଏଏସ୍ଆଇ ସୁଲେମାନ ହର । ଉଭୟେ ଗତକାଲି ବିଳମ୍ୱିତ ରାତିରେ ଏକ ଚୋରି ମାମଲାର ତଦନ୍ତ ପାଇଁ ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ନିର୍ଧୁମ୍ ଛେଚି ଲହୁଲୁହାଣ କରି ଦେଇଥିବା ଆହତ ଯୁବକ ମାନେ ଅଭିଯୋଗ କରିଛନ୍ତି ।
ସେପଟେ ଆଜି ସକାଳୁ ଉକ୍ତ ଦୁଇ ଯୁବକଙ୍କ କୌଣସି ସମ୍ପୃକ୍ତି ନଥିବା ଜାଣିବା ପରେ ପୁଲିସ ସେମାନଙ୍କୁ ଭୁଲ୍ରେ ଉଠାଇ ଆଣିଥିବା କହି ଛାଡି ଦେଇଥିଲା । ତେବେ ବିନା ଦୋଷରେ ପୁଲିସ ଉଭୟ ଯୁବକଙ୍କୁ କିଭଳି ଉଠାଇଲା ଏବଂ କେଉଁ ଆଇନ ଅନୁଯାୟୀ ସେମାନଙ୍କୁ ଥାନା ଭିତରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ଉଭୟ ଯୁବକ ଏବଂ ସେମାନଙ୍କ ପରିବାର ସମ୍ୱଲପୁର ଏସ୍ପି ଏବଂ ମାନବାଧିକାର କମିସନରଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଅପରପକ୍ଷେ, ଏନେଇ ଘଟଣା ବିଷୟରେ ପଚାରିବା ପାଇଁ ବୁର୍ଲା ଥାନା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିଲେ । ସେପଟେ, ଏନେଇ ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ।
ମିଳିଥିବା ଅଭିଯୋଗ ମତେ, ବୁର୍ଲା ଗାନ୍ଧୀପଡାର ସନ୍ତୋଷ ସାହୁ (୨୯) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ବିଳମ୍ୱିତ ରାତିରେ ବୁର୍ଲା ଥାନାର ଏସ୍ଆଇ ଚିତ୍ତରଞ୍ଜନ ମେହେର ଓ ଏଏସ୍ଆଇ ସୁଲେମାନ ହରଙ୍କ ସମେତ ୫ଜଣ ପୁଲିସ୍ ସେଠାରେ ପହଞ୍ଚି ତାଙ୍କୁ ଉଠାଇ ଆଣିଥିଲେ । କାରଣ ପଚାରିବା ପରେ ଥାନାକୁ ଗଲେ କାରଣ ଜାଣିବୁ ବୋଲି କହିଥିଲେ । ଥାନାକୁ ଆଣିବା ପରେ କୌଣସି ଚୋରି ଘଟଣାକୁ ନେଇ ପଚାରିବା ସହ ନିସ୍ତୁକ ମାଡ ମାରିଥିଲେ । ସନ୍ତୋଷଙ୍କ ଉପରେ ବାଡିରେ ନିସ୍ତୁକ ପ୍ରହାର କରିବା ଫଳରେ ତାଙ୍କ ଗୋଡ ଏବଂ ପିଠିରେ ଆଘାତ ଲାଗିଥିଲା । କେବଳ ସନ୍ତୋଷ କାହିଁକି ବରଂ ଗୋଶାଲାର ଦୟାଦୀପ ନାମକ ଜଣେ ଯୁବକଙ୍କୁ ସେହି ସମୟରେ ଉଠାଇ ସମାନ ଢଙ୍ଗରେ ମାଡ ମାରିଥିବା ଜଣାପଡିଛି । ଫଳରେ ଉଭୟ ଯୁବକ ପୁଲିସ ମାଡରେ ଗୁରୁତର ଭାବେ ଆହତ ହୋଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons