ବିପଦରେ ଗଜରାଜ:ଗହୀରରେ ଅସୁସ୍ଥ ହାତୀକୁ ଜଗିଛି ଦନ୍ତା

Get real time updates directly on you device, subscribe now.

ଖୋର୍ଦ୍ଧା/ଜଙ୍କିଆ,(ବି.ବି.ନୁ୍ୟଜ୍): ସମାଜରେ କେହି ବିପଦରେ ମନୁଷ୍ୟ ମାନବିକତା ହରାଇ ବସୁଥିବା ବେଳେ ଗଜରାଜ ପାଖରେ କିନ୍ତୁ ମମତା ରହିିଛି । ଯାହାର ଉଦାହରଣ ଆଜି ଟାଙ୍ଗୀ ବନାଞ୍ଚଳରେ ଦେଖିବାକୁ ମିଳିଛି । ଏକ ମାଈ ହାତୀ କ୍ଷେତରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦନ୍ତାଟିଏ ତା’ର ସଙ୍ଗ ନ ଛାଡ଼ି ପାଖରେ ଜଗି ରହିଛି । ତାକୁ ମାରିବାକୁ ଛାଡ଼ିଦେବା ବଦଳରେ ତା ନିକଟରେ ଜଗି ରହି ବେଦନାକୁ ଅନୁଭବ କରିବା ଭଳି ବାହୁନିବା ଦେଖି ସ୍ଥାନୀୟ ଲୋକେ ଅବାକ୍ ହୋଇଯାଇଛନ୍ତି । ଅସୁସ୍ଥ ମାଈ ହାତୀଟିର ବୟସ ପ୍ରାୟ ୩୫ ବର୍ଷ ହେବ । ସନ୍ଧ୍ୟା ପ୍ରାୟ ସାଢେ଼ ୫ଟାରେ ଓୟୁଏଟିର ପ୍ରଫେସର ଶିବାନୀ ସୋନୀଙ୍କ ସମେତ ଏକ ୩ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚô ହାତୀଟିର ଚିକିତ୍ସା କରିଛନ୍ତି ।
ଘଟଣାରୁ ପ୍ରକାଶ, ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ମଲାଗୁଣୀ ନଦୀପଠାସ୍ଥିତ ସରପାରୀ ପଞ୍ଚାୟତର ବାରୋଡ଼ା ମୌଜା ଅନ୍ତର୍ଗତ କଦମପାଟିଆ କ୍ଷେତ୍ରରେ ବୁଧବାର ସକାଳୁ ଏକ ମାଈ ହାତୀ ଯନ୍ତ୍ରଣା ଛଟପଟ ହୋଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତା ଯନ୍ତ୍ରଣା ଦେଖି ସହ୍ୟ କରିପାରିନଥିଲା ଏକ ଦନ୍ତାହାତୀ । ମାଈ ହାତୀର ଅସୁସ୍ଥତା ସମ୍ପର୍କରେ ଜାଣିବାକୁ ସ୍ଥାନୀୟ ଲୋକେ ପ୍ରଥମେ ସେ ପଡ଼ିଥିବା ସ୍ଥାନକୁ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାଥୀ ଦନ୍ତାହାତୀଟିଏ ତାକୁ ଜଗିବସିଥିବା ଲୋକେ ଦେଖିବାକୁ ପାଇଥିଲେ । ଦନ୍ତା ଭୟରେ ଲୋକେ ସାହସ କୁଳାଇ ନପାରେ ବନବିଭାଗକୁ ମାଈ ହାତୀ ସମ୍ପର୍କରେ ଜଣାଇଥିଲେ । ଖବର ପାଇ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଅଜୟ କୁମାର ଜଗଦେ୍ଧବ ଏବଂ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚôଥିଲେ । ଶ୍ରୀ ଜଗଦେ୍ଧବ ଏ ସମ୍ପର୍କରେ ଟାଙ୍ଗୀ ପ୍ରାଣୀଧନ ବିଶେଷଜ୍ଞଙ୍କୁ ଖବର ଦେବା ପରେ ସେ ଘଟଣାସ୍ଥଳରେ ପହଞ୍ଚô ହାତୀଟିର ପ୍ରାଥମିକ ଚିକିତ୍ସା କରିଥିଲେ । ସେହିପରି ଟାଙ୍ଗୀ ଅଗ୍ନଶମ ବିଭାଗ କର୍ମଚାରୀମାନେ ହାତୀ ଉପରେ ଜଳ ସିଞ୍ଚନ କରିଥିଲେ । ଦୀର୍ଘସମୟର ଉଦ୍ୟମ ସତ୍ତେ୍ୱ ହାତୀ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା । ଉଭୟ ବନବିଭାଗ ଏବଂ ସ୍ଥାନୀୟ ଲୋକେ ଏକପ୍ରକାର ନିରୁପାୟ ହୋଇଯାଇଥିଲେ । ତେବେ ସନ୍ଧ୍ୟା ପ୍ରାୟ ସାଢେ଼ ୫ଟାରେ ଓୟୁଏଟି ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରି ହାତୀକୁ ଆଣ୍ଟିବାଓଟିକ୍ ଇଞ୍ଜେକସନ ଦେଇଥିଲେ । ପରେ ଏକ କ୍ରେନ୍ ସହାୟତାରେ ତାକୁ ଠିଆ କରାଇଥିଲେ । ଫଳରେ ହାତୀ ଉପରୁ ଏକପ୍ରକାର ବିପଦ ଟଳିଯାଇଛି । ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରା ନଯାଇ ଘଟଣାସ୍ଥଳରେ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ଜଗଦେ୍ଧବ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ୍ୟ ସଂରକ୍ଷକ ରବି ନାରାୟଣ ବିଶ୍ୱାଳ, ଧୀରେନ୍ଦ୍ର ବିଶ୍ୱାଳ ପ୍ରମୁଖ ହାତୀର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି । ହାତୀଟି ଅସୁସ୍ଥ ହୋଇପଡ଼ିବା କାରଣ ସମ୍ପର୍କରେ ବନଖଣ୍ଡ ଅଧିକାରୀ ସୁଦୀପ ନାୟକ ସ୍ପଷ୍ଟ କରିନାହାନ୍ତି । ତେବେ କୀଟନାଶକ ସେବନ କରିବା ଦ୍ୱାରା ଏଭଳି ହୋଇଥିବା ଅନୁମାନ କରାଯାଉଛି । ବନବିଭାଗ ତଥ୍ୟ ଅନୁସାରେ ଚନ୍ଦକା ଅଭୟାରଣ୍ୟର ୨୮ଟି ହାତୀ ଟାଙ୍ଗୀ ବନାଞ୍ଚଳରେ ଦୀର୍ଘ ବର୍ଷ ହେବ ଉପଦ୍ରବ କରୁଛନ୍ତି । ଉକ୍ତ ହାତୀପଲ ବ୍ୟାପକ ଧନଜୀବନ ନଷ୍ଟ କରୁଥିବା ବେଳେ ଘଉଡ଼ାଇବାରେ ବନବିଭାଗ ବିଫଳ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
୨୦୧୯ ନଭେମ୍ବର ୨୨ରେ ଉକ୍ତ ବନାଞ୍ଚଳ ଅଧୀନ ବଘେଇପୁଟ ମଲାଗୁଣୀ ନଦୀ ପାଶ୍ୱର୍ ଅଚୁ୍ୟତପୁରଠାରେ ଏକ ଦନ୍ତାହାତୀର ମୃତୁ୍ୟ ହୋଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ଅରଙ୍ଗାନ ସଂକ୍ରାମକ ପ୍ରମୁଖ କାରଣ ବୋଲି ଦର୍ଶାଯାଇଥିଲା । ଗତ ଦୁଇ ମାସ ତଳେ ମଧ୍ୟ ଏକ ମାଈହାତୀ ଆଜିର ଘଟଣାସ୍ଥଳରୁ ଅଳ୍ପଦୂରେ ମୃତୁ୍ୟ ହୋଇଥିଲା । ହାତୀ ଉପଦ୍ରବରେ ଅତିÂ କୌଣସି ବ୍ୟକ୍ତି କୀଟନାଶକ ପ୍ରୟୋଗ କରିଥିବା ଶସ୍ୟ ଖାଇ ଉକ୍ତ ମାଈ ହାତୀର ମୃତୁ୍ୟ ହୋଇଥିବା ସନେ୍ଦହ କରାଯାଇଥିଲା । ମାତ୍ର ବନଖଣ୍ଡ ଅଧିକାରୀ ସୁଦୀପ ନାୟକ ଗତ ଦୁଇ ମାସତଳେ ହାତୀ ମୃତ୍ୟୁ ଘଟଣାର ଶବବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇ ନଥିବାରୁ ଏହା ପଛର କାରଣ କୀଟନାଶକ କହିବା ଠିକ୍ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons